ସର୍ବସାଧାରଣରେ ଖୋଲାଖୋଲି ପ୍ରେମ କରି ପ୍ରେମୀ ହେଲେ ହଟହଟା, ଥାନାକୁ ଧରିନେଲା ପୋଲିସ

Published By : Prameya-News7 Bureau | March 23, 2019 IST

କାନପୁର ୨୩/୩- ଆଜିକାଲି ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ପ୍ରେମ କରିବାକୁ ଯୁବକ-ଯୁବତୀ ଦେଖୁନାହାଁନ୍ତି ସ୍ଥାନ-କାଳ-ପାତ୍ର । ଅନାୟସରେ ଖୁଲମଖୋଲା ଭାବେ ରାସ୍ତା-ଘାଟ-ମନ୍ଦିର-ପାର୍କ ସବୁଆଡ଼େ ଅଶ୍ଳୀଳତା ପ୍ରଦର୍ଶନ କରିବାକୁ ବି ପଛାଉନାହାଁନ୍ତି । କିନ୍ତୁ ପ୍ରେମୀଯୁଗଳ ଜାଣିବା ଦରକାର ସର୍ବସାଧାରଣ ସ୍ଥାନରେ ପ୍ରେମ କରିବା ଦଣ୍ଡନୀୟ ଅପରାଧ ।

ଏମିତି ଏକ ଘଟଣା କାନପୁରର ଜଣେ ବିଧାୟକଙ୍କ ଘର ସାମନାରେ ଘଟିଛି । ବିଧାୟକ ନିକଟସ୍ଥ ଥାନାକୁ ସୂଚନା ଦେବାପରେ ପ୍ରେମୀଯୁଗଳଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ଶୁକ୍ରବାରଦିନ ବିଧାୟକଙ୍କ ଘର ସାମ୍ନାରେ ଗାଡ଼ିରଖି ଖୋଲାଖୋଲି ଭାବେ ପ୍ରେମ କରୁଥିଲେ । ଏମିତିକି ସେମାନଙ୍କ ଅଶ୍ଳୀଳତା ଏତେ ଟପିଯାଇଥିଲା ବାଟରେ ଯାଉଥିବାଲୋକ ସେହିବାଟ ଦେଇ ଯିବାକୁ ବି ଲଜ୍ୟା ଅନୁଭବ କରୁଥିଲେ । ବିଧାୟକଘର ସାମ୍ନାରେ ଅଶ୍ଳୀଳଭାବରେ ମିଶିବା ସେମାନଙ୍କ ପାଇଁ ପଡ଼ିଲା ମହଙ୍ଗା ।

ବିଧାୟକ ଥାନାକୁ ଫୋନ କରି ସୂଚନା ଦେଇଥିଲେ । ପୋଲିସ ପହଂଚିବାବେଳକୁ ସେମାନଙ୍କୁ ଅଂସଯତ ଅବସ୍ଥାରେ ଦେଖିବାକୁ ପାଇଥିଲା । ଦିନ-ଦ୍ଵିପ୍ରହରେ  ସର୍ବସାଧାରାଣ ସ୍ଥାନରେ ଏଭଳି କାର୍ଯ୍ୟ ଅପରାଧ ବୋଲି କହିଥିଲା ପୋଲିସ । ଯୁବକ-ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ପରିବାରଲୋକଙ୍କୁ ସମାଧାନ ପାଇଁ ଡ଼ାକିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.