Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କଟକରେ ପୋଲିସ ପକ୍ଷରୁ ଅପରେସନ ନିର୍ବାଚନ

24/02/2019 at 4:38 PM

କଟକ ୨୪|୨: ଆଗମୀ ନିର୍ବାଚନକୁ ଆଖି ଆଗରେ ରଖି କଟକରେ କମିଶନରେଟ୍ ପୋଲିସ ଓ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇ ଗଲାଣି ଅପରେସନ ନିର୍ବାଚନ । ସେଥିପାଇଁ ବୁଥ୍ ସର୍ଭେ ସହ ବିଭିନ୍ନ ଅଞ୍ଚଳରେ ଅପରାଧୀ ଦମନ, ନିଶା କାରବାର ବେଆଇନ ବନ୍ଧୁକ କାରବାର ଉପରେ କଡା ନଜର ରଖିଛି ପୋଲିସ । ଉଭୟ ଡିସିପି ଓ ଗ୍ରାମାଞ୍ଚଳ ଏସପିଙ୍କ ପାଇଁ ଆସନ୍ତା ନିର୍ବାଚନ ବଡ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ।

ଆଉ ମାସଟିଏ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ସେଥିପାଇଁ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଗଲାଣି ଅପରସେନ । ସବୁଦିନ ସହରରେ ନାକାବନ୍ଦି କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ସବୁ ଥାନାକୁ ଦିଆଯାଇଛି ହାର୍ଡ ଟାକ୍ସ । ସହରରେ ଓ୍ବାରେଣ୍ଟି ଓ ଫେରାର ଥିବା ଅପରାଧୀଙ୍କୁ ଧରିବା ସହ ନିଶା କରାବର, ବନ୍ଧୁକ କାରବାର ଓ ପେଶାଦାର ଅପରାଧୀଙ୍କୁ ଦଫା ୧୧୦ରେ ଗିରଫ କରିବା ପାଇଁ ପୋଲିସ ଆରମ୍ଭ କରିଛି ଅଭିଯାନ ।

ସେହିଭଳି କଟକ ଜିଲ୍ଲା ପୋଲିସ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ଯାରି ରଖିଛି । ତେବେ କମିଶନରେଟ୍ ପୋଲିସ ଅଧିନରେ ରହିଛି ୭ଟି ନିର୍ବାଚନ ମଣ୍ଟଳିରେ ୭୦୪ ଟି ବୁଥ୍ ।ସେଥିମଧ୍ୟରୁ ୨୩୪ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରଯାଇଥିବା ବେଳେ ୨୨ ଟି ରହିଛି ଅତି ସମ୍ବେଦନଶୀଳ ବୁଥ୍ । ସେହି ଭଳି କଟକ ଜିଲ୍ଲାରେ ଥିବା ୧୮ ଟି ଥାନା ଅଧିନରେ ୭ଟି ନିର୍ବାଚନ ମଣ୍ଡଳୀ ରହିଥିବାବେଳେ ୧୫୩୭ଟି ବୁଥ୍ ରହିଛି । ସେଥିମଧ୍ୟରୁ  ୨୬୦ଟି ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ୯୦ଟି ଅତି ସମ୍ବେଦନଶୀଳ ବୁଥ୍ ରହିଥିବା ତଥ୍ୟରୁ ଜଣାପଡିଛି । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା କଟକ ଜିଲ୍ଲା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା କଟକ ଜିଲ୍ଲା ଏସପି ।

କଟକ ସହରର ହେଉ ଅବା ଗ୍ରାମାଞ୍ଚଳ ସବୁଠି ନିର୍ବାଚନ ସମୟରେ ଦେଖାଯାଇ ଥାଏ କିଛି ନା କିଛି ବିଶୃଙ୍ଖଳା ତେବେ ଏହାକୁ କିଭଳି ପୋଲିସ ଦୃଢତାର ସହ ମୁକାବିଲା କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

   Related Posts