ପୋଲିସ ଯୁବକଙ୍କ ପ୍ୟାଣ୍ଟଖୋଲିଲା ତ ଦେଖି ଆଶ୍ଚର୍ଯ୍ୟ ହୋଇଗଲା... କଣ ଥିଲା ଘଟଣା ଆସନ୍ତୁ ଜାଣିବା

Published By : Prameya-News7 Bureau | December 24, 2018 IST

ପାଟଣା ୨୪/୧୨- ପୋଲିସ ଯେତେ ଚତୁରତାର ସହ ଚୋରକୁ ଧରିଲେ ବି ଚୋର ଆହୁରି ହୋଇଯାଉଛି ଚତୁର । ପୋଲିସ ଡ଼ାଳେ ଡ଼ାଳେ ଗଲେ ଚୋର ଚାଲୁଛି ପତ୍ରେପତ୍ରେ । ଆଜିକାଲି ଅପରାଧର ତରିକା ବଦଳିଗଲାଣି । ଅପରାଧି ନିଜକୁ ବଂଚେଇବାକୁ ଏଭଳି ଚାଲାକ ଭାବରେ କାମ କରୁଛି, ପୋଲିସକୁ ହେବାକୁ ପଡ଼ୁଛି ନାକେଦମ ।

ବିହାର ପାଟଣାରେ ଘଟିଛି ସେଭଳି ଗୋଟିଏ ଘଟଣା । ଅପରାଧିକୁ ଧରିବା ପରେ ବି ପୋଲିସ କିଛି ପାଇନାହିଁ ଟେର  । ବାଧ୍ୟ ହୋଇ ପ୍ରମାଣ ଖୋଜିବାକୁ ପୋଲିସକୁ ଖୋଲିବାକୁ ପଡ଼ିଛି ଯୁବକଙ୍କ ପ୍ୟାଣ୍ଟ । ହେଲେ ଆସନ୍ତୁ ଜାଣିବା ପ୍ୟାଣ୍ଟ ଖୋଲି ପୋଲିସ କଣ ପାଇଛି ଓ ଅପରାଧିଙ୍କର କଣ ଥିଲା ଅପରାଧ ।

ପୋଲିସକୁ କେହିଜଣେ ଖବର ଦେଲା ବାଙ୍ଗାଦେଶରୁ କିଛି ଯୁବକ ସୁନା ଚୋରାରେ ଆଣୁଛନ୍ତି । ସେମାନେ ରାଜେନ୍ଦ୍ରନଗର ଷ୍ଟେସନରେ ଓହ୍ଲାଇବେ । ଏହି ଚୋରା ସୁନା କାରବାର ରାକେଟ ଅନେକଦିନ ହେଲା ଚାଲୁଥିବା ପୋଲିସ ପାଖରେ ସୂଚନା ଥିଲା । ପୋଲିସ ରାଜେନ୍ଦ୍ରନଗର ଷ୍ଟେସନରୁ ସନ୍ଦିଗ୍ଧ ଯୁବକଙ୍କୁ ଅଟକାଇ ପଚରାଉଚୁରା କରିଥିଲା । ହେଲେ କୌଣସି ସୁରାକ ବି ପାଇ ନ ଥିଲା ।

{"id":66741,"width":590,"height":393}

ପୋଲିସର ସନ୍ଦେହ ସେହି ଯୁବକ ମାନଙ୍କ ଉପରେ ଥିଲା ସତ ହେଲେ କୌଣସି ପ୍ରମାଣ ପାଇପାରୁ ନ ଥିଲା । ପୋଲିସ ସେମାନଙ୍କୁ ନେଇ ବନ୍ଦ କୋଠରୀରେ  ଚେକିଂ କରିଥିଲା । ସେମାନଙ୍କ ପ୍ୟାଣ୍ଟ ଖୋଲି ଦେଖିଲା ବେଳକୁ ସେମାନଙ୍କର ବେଲ୍ଟରେ ସୁନାର ବିସ୍କୁଟ ସବୁ ଥିଲା ।ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଦୁଇ ଜଣ ଯୁବକଙ୍କ ପାଖରେ ୨ କି.ଗ୍ରାରୁ ଅଧିକ ଓଜନର ସୁନା ବିସ୍କୁଟ ଥିଲା ।

{"id":66743}

ପୋଲିସ ସେମାନଙ୍କୁ ଅଧିକ ଖବର ପାଇଁ ପଚରାଉଚରା କରୁଛି । ସେମାନଙ୍କୁ ଠାରୁ ଅଧିକ ଖବର ପାଇସାରିବା ପରେ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.