ବାଲିପାଟଣା ୦୫।୦୪: ଗଣ୍ଡଗୋଳ ଘଟଣାରେ ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବାଳକାଟି ଫାଣ୍ଡି ସମ୍ମୁଖରେ ଧାରଣାରେ ବସିଲେ ମହିଳା । ବାଳକାଟି ହନୁମନ୍ତପାଟଣା ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ଘଟଣାରେ ଗୋଟିଏ ପକ୍ଷର ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଏହାକୁ ବିରୋଧ କରି ଅପର ପକ୍ଷର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରିଛନ୍ତି ମହିଳା । ଦୀର୍ଘ ସମୟ ଧାରଣାରେ ବସିବା ପରେ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ଘଟଣାସ୍ଥଳରେ ପହଁଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଛନ୍ତି ମହିଳା ।
{"id":433592,"width":833,"height":405,"sizeSlug":"large","linkDestination":"none"}ଗତ ଶୁକ୍ରବାର ରାତ୍ରି ପ୍ରାୟ ୧୦ଟାରେ ଖୋର୍ଦ୍ଧା ଜିଲ୍ଲା ବାଳକାଟି ହନୁମନ୍ତପାଟଣା ଗ୍ରାମର କାର୍ତ୍ତିକ ବେହେରାଙ୍କ ପରିବାର ସହ ଯୁଧିଷ୍ଠିର ବେହେରା ଏବଂ ହେମନ୍ତ ବାରିକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ କାର୍ତ୍ତିକ ବେହେରାଙ୍କ ପରିବାରର ୬ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପୁନର୍ବାର ଶନିବାର ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ ଯୁଧିଷ୍ଠିର ଏବଂ ହେମନ୍ତଙ୍କ ପରିବାରର ୫ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପୋଲିସ ଯୁଧିଷ୍ଠିର ଏବଂ ହେମନ୍ତଙ୍କ ପରିବାରର ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କାର୍ତ୍ତିକ ବେହେରାଙ୍କ ପରିବାରର ଗଣ୍ଡଗୋଳକାରୀଙ୍କୁ ଗିରଫ ଦାବିରେ ଯୁଧିଷ୍ଠିର ଏବଂ ହେମନ୍ତଙ୍କ ପରିବାରର ମହିଳା ମାନେ ଫାଣ୍ଡି ସମ୍ମୁଖରେ ଧାରଣାରେ ବସିଥିଲେ।