Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଲେଡି ଅଫିସରଙ୍କ ଚେତାବନୀ : ଭିଡିଓ ଭାଇରାଲ୍

29/09/2019 at 1:06 PM

ଶ୍ରୀନଗର ୨୯।୯: ଲେଡି ଅଫିସରଙ୍କ ଆତଙ୍କୀଙ୍କୁ ଚେତାବନୀ ଦେଉଥିବାରୁ ଚିତ୍ର ଭାଇରାଲ୍ ହୋଇଛି । ଶନିବାର ଜମ୍ମୁ-କାଶ୍ମୀର ଏନକାଉଣ୍ଟର ସମୟରେ ମହିଳା ଅଫିସରଙ୍କ ଦ୍ବାରା ଆତଙ୍କବାଦୀଙ୍କୁ ଅନ୍ତିମ ଚେତାବନୀ ଦିଆଯାଉଥିବାର ଭିଡିଓ ଭାଇରାଲ୍ ହେଉଛି । 

ସୂଚନାଯୋଗ୍ୟ ଯେ, ରାମବନର ବଟୋତ୍ ରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ତିନିଜଣ ଆତଙ୍କବାଦୀ ନିପାତ ହେବା ସହ ଜଣେ ସେନା ଯବାନ ସହିଦ୍ ହୋଇଯାଇଛନ୍ତି । ତେବେ ଗୁଳିବିନିମୟ ପୂର୍ବରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ପ୍ରୋତ୍ସାହନ ଦେଇଥିବା ଏସଏସପି ଅନିତା ଶର୍ମାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକ ଘରର ଛାତ ଉପରେ ଠିଆ ହୋଇଛନ୍ତି । ଏସଏସପି ଅନିତା ଶର୍ମାଙ୍କ ହାତରେ ମାଇକ୍ ଅଛି ଏବଂ ସେ ଆତଙ୍କବାଦୀଙ୍କୁ ବାହାରକୁ ବାହାରିବା ପାଇଁ କହୁଛନ୍ତି । ଭିଡିଓରେ ଅନିତା ଶର୍ମା ଆତଙ୍କବାଦୀ  ଓସାମାକୁ ସମ୍ବୋଧନ କରିବା ସହ ତାର ଟିମ୍ କୁ ଆତ୍ମସମର୍ପଣ କରିବାକୁ କହୁଛନ୍ତି । 

ଚେତାବନୀ ଦେବା ପରେ ମଧ୍ୟ ଆତଙ୍କବାଦୀ ବାହାରକୁ ନ ଆସିବା ଦେଖି ସେନା ଯବାନଙ୍କ ଗୁଳିଚାଳନା ପରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ । ଏଥିରେ ଜଣେ ଯବାନ ସହିଦ୍ ହେବା ସହ ୨ ଜଣ ଯବାନ ଗୁରୁତର ହୋଇଥିଲେ ।

   Related Posts