Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଲକଡାଉନ ନିୟମକୁ ଫୁ: ପାର୍କରେ ଚାଲିଛି ପୋଲିସ ବାବୁଙ୍କ ମଦ ଆସର, ଭିଡିଓ ଭାଇରାଲ ପରେ ଆକ୍ସନ

14/06/2021 at 5:26 PM

ରାଞ୍ଚି ୧୪/୦୬ : ରବିବାର ଦିନ ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ପୋଲିସ୍ ଲକଡାଉନ ନିୟମକୁ ଫୁ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ପୋଲିସ୍ ନିଜ କର୍ତ୍ତବ୍ୟ ଛାଡି ପାର୍କରେ ମଦ ଆସର ଜମାଇଥିଲେ। ପୋଲିସ ବାବୁଙ୍କ ମଦ ପାର୍ଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଦ ପାର୍ଟିର ଫଟୋ ଭାଇରାଲ ହେବା ପରେ ରାଞ୍ଚିର ବରିଷ୍ଠ ପୋଲିସ କର୍ମଚାରୀଙ୍କ ଚିନ୍ତାରେ ପଡିଯାଇଛନ୍ତି।

ଭାଇରାଲ ଫଟୋ କାନକେ ରୋଡରେ ଥିବା ରକ୍ ଗାର୍ଡେନ୍ କମ୍ପ୍ଲେକ୍ସର ଯେଉଁଠାରେ ପୋଲିସ୍ ଗାର୍ଡ ରୁମରେ ପାର୍ଟି କରୁଥିବା ନଜର ଆସିଛି। PCR-10 ପୋଲିସ୍ କର୍ମଚାରୀମାନେ ପିସିଆର ଭ୍ୟାନ୍କୁ ରକ୍ ଗାର୍ଡେନ୍ ଗେଟ୍ ଭିତରେ ପାର୍କ କରି କ୍ୟାମ୍ପସର ଏକ କୋଠରୀରେ ମଦର ଆସର ଜମାଇଥିଲେ। ଭିଡିଓରେ ଚାରିଜଣ ପୋଲିସ୍ ଏବଂ ଅନ୍ୟ ଜଣେ ବ୍ୟକ୍ତି ମଦ୍ୟପାନ କରୁଥିବା ଦେଖିବାକୁ ମିଳିଛି। ୪ଜଣ ପୋଲିସ ୟୁନିଫର୍ମରେ ଥିବା ନଜର ଆସିଛନ୍ତି। ପୋଲିସ ବାବୁଙ୍କ ପାଖରେ ଭର୍ତି ହୋଇଥିବା ବିୟର ଗ୍ଲାସ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ ହେବା ପରେ ଏସଏସପି ସୁରେନ୍ଦ୍ର କୁମାର ସଦର ଡିଏସପିଙ୍କୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସପ୍ତାହନ୍ତରେ ୩୬ ଘଣ୍ଟାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଏହାର କାର୍ଯ୍ୟକାରିତା ଦାୟିତ୍ୱ ପୋଲିସ ଉପରେ। କିନ୍ତୁ ପୋଲିସ ସରକାରଙ୍କ ନିର୍ଦ୍ଦେଶକୁ କେତେ ଗମ୍ଭୀର ଭାବେ ପାଳନ କରୁଛି ତାହା ଏହି ଭିଡିଓ ଦର୍ଶାଉଛି।

   Related Posts