ଲାଞ୍ଚୁଆ ପୋଲିସ ହୁସିଆର ; ଲାଞ୍ଚ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 04, 2018 IST

ଜଟଣୀ ୪/୯ : ଏଣିକି କୌଣସି ଥାନାରୁ ପୋଲିସ ଅଫିସର ଲାଞ୍ଚ ନେଉଥିବା ଖବର ଆସିବା ତାହେଲେ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଟଣୀ ଆଇଆଇସି ସଂଜୀବ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏକ ମାମଲାକୁ ଥାନାରୁ ହିଁ ରଫାଦଫା କରିବା ପାଇଁ ରିଙ୍କୁ ମଙ୍ଗରାଜ ନାମକ ବ୍ୟକ୍ତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିଲେ । ପୂର୍ବ ଯୋଜନା ମୁତାବକ କଟକ ଭିଜିଲାନ୍ସ ସେଲ୍ ଏସ୍.ପି.ଙ୍କ ନେତୃତ୍ବରେ ୩ ଜଣ ଡି.ଏସ୍.ପି ,୫ ଜଣ ଇନସପେକ୍ଟର ଓ ମହିଳା ଅଧିକାରୀ ଜଗି ରହିଥିଲେ । ଲାଞ୍ଚ ଟଙ୍କା ନେବା ବେଳେ ତାଙ୍କୁ ଟଙ୍କା ସହ ଧରାଯାଇଥିଲା । ଜଟଣୀ ବାସଭବନରୁ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନା ଗହଣା, ୫ଟି ବ୍ୟାଙ୍କ ଖାତା, ବ୍ୟାଙ୍କ ଲକର୍ ଚାବି, କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଆଇ.ଆଇ.ସି ଗିରଫ ଘଟଣା ଜାଣିବା ପରେ ଜଟଣୀ ଥାନା ଆଗରେ ଶତାଧିକ ଲୋକଙ୍କ ଭିଡ଼ ହୋଇଥିଲା । ଦେଖିବାକୁ ମିଳିଥିଲା ଲୋକଙ୍କ ପୁଞ୍ଜିଭୂତ ରାଗ । ଅସନ୍ତୁଷ୍ଟ ଲୋକେ ଆଇ.ଆଇ.ସି.ଙ୍କୁ ଆକ୍ରମଣ ପାଇଁ ବାହାରି ହୋହଲ୍ଲା କରିଥିଲେ । ହେଲେ ଭିଜିଲାନ୍ସ ଅଧିକାରୀ ଗିରଫ ଆଇ.ଆଇ.ସି.ଙ୍କୁ ସୁରକ୍ଷା ଦେଇ ଥାନା ପଛପଟ ଗେଟ୍ ରେ ସେଠାରୁ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.