Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପୋଲିସ ବାବୁ ରହିବେ ଫିଟ୍, ନଚେତ୍ ବଢିବନି ଦରମା, ଦିଆଯିବ ବାଧ୍ୟତାମୂଳକ ଅବସର

17/07/2020 at 12:20 PM

ଭୁବନେଶ୍ୱର, ୧୭।୦୭: କମିଶନରେଟ ପୋଲିସରେ ଫିଟନେସ୍ ପଣ୍ଡା । ୧ ସପ୍ତାହ ମଧ୍ୟରେ ସମସ୍ତ ପୋଲିସ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମପାଯିବ । ଏହାପରେ କର୍ମଚାରୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ କେତେ ତାହା ଜଣାଇ ଦିଆଯିବ । ଯଦି ଅନଫିଟ୍ ରୁହନ୍ତି ତେବେ ଅନେକ ସୁବିଧା ସୁଯୋଗ କାଟିଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଏହି ପ୍ରକ୍ରିୟାରେ ସମସ୍ତ ପୋଲିସ କର୍ମଚାରୀଙ୍କ ଫିଟନେସ୍ ଟେଷ୍ଟ ହେବ । ଆସନ୍ତା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ ହେବ । ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ । ୩ ମାସ ପରେ ନଭେମ୍ବରରେ ପୁଣି ସମସ୍ତଙ୍କ ଓଜନ ନିଆଯିବ  । ଯେଉଁମାନେ ବଡି ଫିଟନେସ୍‌ରେ ଅଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ ତୁରନ୍ତ ଫିଟନେସ୍‌ ଠିକ୍‌ କରିବାକୁ ସମୟ ଦିଆଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଟନେସ୍ ବଜାୟ ନରଖିଲେ କମିଶନରେଟରୁ ବିଦା ହେବେ ବୋଲି ପୋଲିସ କମିସନର କହିଛନ୍ତି ।

ଏପରିକି ସେମାନଙ୍କ ଦରମା ବୃଦ୍ଧି ବନ୍ଦ କରିବା ସହ ଦରକାର ପଡିଲେ ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି କୁହାଯାଇଛି ।

   Related Posts