Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

କରୋନାରେ ଚାଲିଗଲା ଥାନା ଅଧିକାରୀଙ୍କ ଜୀବନ, ଝିଅକୁ ସବ୍-ଇନ୍ସପେକ୍ଟର ଚାକିରୀ ଦେଲେ ସରକାର

10/05/2020 at 10:40 AM

ଉଜୈନ ୧୦।୫: ମଧ୍ୟପ୍ରଦେଶ ସରକାର କରୋନା ଯୋଗୁଁ ପ୍ରାଣ ହରାଇଥିବା ଉଜୈନର ନୀଲଗଙ୍ଗା ପୋଲିସ ଷ୍ଟେସନର ଦାୟିତ୍ବରେ ଥିବା ଯଶୱନ୍ତ ପାଲଙ୍କ ଝିଅ ଫାଲଗୁନି ପାଲଙ୍କୁ ନିଯୁକ୍ତ ଦେଇଛନ୍ତି । ଯଶୱନ୍ତ ପାଲଙ୍କର ଅପ୍ରେଲ ୨୧ରେ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବା ସହ ଘୋଷଣା କରିଥିଲେ ଯେ, ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ସୁରକ୍ଷା କବଚ ଭାବେ ୫୦ଲକ୍ଷ ଟଙ୍କା, ଅସାଧାରଣ ପେନସନ, ଝିଅ ଫାଲଗୁନିଙ୍କୁ ସବ୍-ଇନ୍ସପେକ୍ଟର ଭାବେ ନିଯୁକ୍ତ ଏବଂ ସ୍ବର୍ଗତ ଯଶଓ୍ବନ୍ତ ପାଲଙ୍କୁ ମରଣୋତ୍ତର କର୍ମବୀର ପଦକରେ ସମ୍ମାନୀତ କରାଯିବ ।

ଶନିବାର ଗୃହ ଓ ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ଉଜୈନର ଫାଲଗୁନି ପାଲଙ୍କ ସହ ଭିଡିଓ କଲିଂରେ କଥା ହୋଇଥିଲେ ଏବଂ ତାଙ୍କୁ ସବ୍-ଇନ୍ସପେକ୍ଟର ନିଯୁକ୍ତି ନେଇ ଶୁଭକାମନା ଜଣାଇଥିଲେ । ଏହି ସମୟରେ ନରୋତ୍ତମ ମିଶ୍ର ଫାଲଗୁନି ପାଲଙ୍କୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶରେ ଗୃହ ବିଭାଗ ତାଙ୍କୁ ସବ୍-ଇନ୍ସପେକ୍ଟର ପଦରେ ନିଯୁକ୍ତି ଦେଇଛି । ଆସନ୍ତା ସପ୍ତାହରେ ସେ ଡ୍ୟୁଟିରେ ଉପସ୍ଥିତ ରହି ତାଙ୍କ ପରିବାରର ଦାୟିତ୍ବ ସହ ରାଜ୍ୟବାସୀଙ୍କ ସେବା ତଥା ବିଭାଗୀୟ ଦାୟିତ୍ବ ଏବଂ କର୍ତ୍ତବ୍ୟ ପାଳନ କରିବେ ।

ସୂଚନାଯୋଗ୍ୟ ଯେ, ଉଜୈନର ନୀଳଗଙ୍ଗା ପୋଲିସ ଷ୍ଟେସନର ଦାୟିତ୍ବରେ ଥିବା ଯଶଓ୍ବନ୍ତ ପାଲଙ୍କ ପୋଲିସ ଷ୍ଟେସନ ଅଧୀନରେ ଥିବା ଅମ୍ବର କଲୋନୀର ସନ୍ତୋଷ ବର୍ମାଙ୍କର କରୋନାରେ ମାର୍ଚ୍ଚ ୨୭ରେ ଦେହାନ୍ତ ହୋଇଛି । ଏହାପରେ ଏହି ଅଞ୍ଚଳକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିଲା । ଯଶୱନ୍ତ ପାଲ ନିଜେ ବ୍ୟବସ୍ଥାର ତଦାରଖ କରୁଥିଲେ । ଯେତେବେଳେ ସେ ଏଠାରେ ଡ୍ୟୁଟିରେ ଥିଲେ ତାଙ୍କୁ ଜ୍ବର ହୋଇଥିଲେ । ସେତେବେଳେ ସେ ତାଙ୍କର କରୋନା ପରୀକ୍ଷା କରିଥିଲେ । ତାଙ୍କ ରିପୋର୍ଟ ଅପ୍ରେଲ ୬ରେ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତା ଏଠାରେ ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା । ଶେଷରେ ଅପ୍ରେଲ ୨୧ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ।

   Related Posts