ପୋଲିସ ଅଫିସରଙ୍କୁ ପିଟିଲେ ଟ୍ରେନି ପୋଲିସ

Published By : Prameya-News7 Bureau | November 03, 2018 IST

ପାଟଣା ୩/୧୧ : ପୋଲିସ ଅଫିସରଙ୍କୁ ପିଟିଲେ ଟ୍ରେନି ପୋଲିସ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟନାରେ । ପ୍ରାୟ ୪ଶହ ଟ୍ରେନି କନେଷ୍ଟବଳ ପୋଲିସ ଲାଇନ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଡେଙ୍ଗୁରେ ପୀଡିତ ସବିତା ପାଠକ ନାମରେ ଜଣେ ମହିଳା କର୍ମଚାରୀଙ୍କୁ ଛୁଟି ମିଳିନଥିଲା । ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଏପରି କାଣ୍ଡ ଭିଆଇଛନ୍ତି ତାଙ୍କ ସହକର୍ମୀମାନେ । ସବିତାଙ୍କ ଛୁଟି ଆବେଦନକୁ ଅନୁମୋଦନ କରିନଥିବା ଡିଏସ୍ ପି ମହମମଦ ମାସଲୁଦ୍ଦିନଙ୍କୁ ମରମାନ୍ତକ ଆକ୍ରମଣ କରିଥିଲେ । ଏପରିକି ଘଟଣାସ୍ଥଳରେ ପହଞ୍ଚିଥିବା ରୁରାଲ ଏସ୍ ପି, ସିଟି ଏସ୍ ପି ଏବଂ ଆହୁରି ଅନେକ ଡିଏସ୍ ପିଙ୍କୁ ମଧ୍ୟ ଟଣାଓଟରା କରିଥିଲେ । ବୁଦ୍ଧ କଲୋନୀ ପୋଲିସ ଷ୍ଟେସନରେ ଟ୍ରେନି ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଥାନା ପରିସର ପାଲଟି ଯାଇଥିଲା ରଣକ୍ଷେତ୍ର । ଆସବାବପତ୍ର ଭଙ୍ଗାରୁଜା କରିବା ସହ ଉତ୍ୟକ୍ତ ପୋଲିସ କର୍ମଚାରୀ ଗାଡି ଭଙ୍ଗାରୁଜା କରିଥିଲେ । କିଛି ସମୟ ଭିତରେ ଉତ୍ତେଜନା ବେଶ ବଢି ଯାଇଥିଲା । ଏପରିକି ଥାନା ଆଖପାଖରେ ଥିବା କିଛି ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଟ୍ରେନି ପୋଲିସ । ଏହି ଘଟଣା ପରେ ସ୍ଥାନୀୟ ଲୋକ ଏବଂ ଉତ୍ୟକ୍ତ ପୋଲିସଙ୍କ ଭିତରେ ଟେକାପଥର ମାଡ ହୋଇଥିଲା । ଏଥିରେ ୧୦ଜଣ ସାଧାରଣ ଲୋକ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.