Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ନୂତନ ଆଡ୍ଡା ଖୋଜୁଛନ୍ତି ନକ୍ସଲ, ବଦଳୁଛି ରଣନୀତି, ଏବେ ଅନେକ ରାଜ୍ୟର ପୁଲିସ ମିଶି ଚଳାଇବେ ଅଭିଯାନ

20/10/2020 at 3:48 PM

ନୂଆଦିଲ୍ଲୀ ୨୦।୧୦: ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନକ୍ସଲଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ଛତିଶଗଡ ସହିତ ଚାରୋଟି ରାଜ୍ୟର ପୁଲିସ ମିଶି ଅଭିଯାନ ଆରମ୍ଭ କରିବେ। ଏଥି ସହ ନକ୍ସଲ, ତସ୍କରି ସହିତ ଅନ୍ୟ ପ୍ରସଙ୍ଗରେ ଉତ୍ତମ ସମନ୍ଵୟ ରଖି କାର୍ଯ୍ୟ କରାଯିବ। ଚାରି ରାଜ୍ୟ ନକ୍ସଲଙ୍କ  ବିରୋଧରେ ମିଳିତ ରଣନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଗତ ଦିନରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଆବଶ୍ୟକ ପଡିଲେ ଅନ୍ୟ ରାଜ୍ୟ ମଧ୍ୟ ସାମିଲ ହେବେ ବୋଲି କୁହାଯାଇଛି।

ସୁରକ୍ଷାବଳର ଜଣେ ଅଧିକାରୀ କହିଛନ୍ତି ଛତିଶଗଡ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଓଡିଶା ପୋଲିସ ଏବଂ ସୁରକ୍ଷାବଳ ସମନ୍ଵିତ ରଣନୀତି ସହିତ ନକ୍ସଲଙ୍କ ବିରୋଧରେ ଅଭିଯାନ ଚଳାଇବେ। ଏହି ରାଜ୍ୟ ନକ୍ସଲ ସମ୍ବନ୍ଧରେ ପ୍ରତିଟି ସୂଚନା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବେ। ଅଧିକାରୀଙ୍କ ଅନୁଯାୟୀ ପ୍ରତି ମାସରେ ଡିଜିପିସ୍ତରୀୟ ବୈଠକରେ ନକ୍ସଲି ଅଭିଯାନର ସମୀକ୍ଷା କରାଯିବ।

ଉଲ୍ଲେଖଯୋଗ୍ୟ, ନକ୍ସଲଙ୍କ ଟ୍ରାଇଜଙ୍କସନକୁ ଧ୍ୟାନରେ ରଖି ରାଜ୍ୟଗୁଡିକ ମଧ୍ୟରେ ସମନ୍ଵିତ ରଣନୀତି ୨୦୦୯ରୁ ଆରମ୍ଭ ହୋଇଥିଲା। ସେହି ସମୟରେ ତିନି ଗୋଷ୍ଠୀରେ ଟ୍ରାଇ ଜଙ୍କସନ ଆରମ୍ଭ ହୋଇଥିଲା। ଏଥିରେ ଆନ୍ଧ୍ର ପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ, ଓଡିଶା-ଝାଡଖଣ୍ଡ-ଛତିଶଗଡ ଓ ପଶ୍ଚିମବଙ୍ଗ-ଝାଡଖଣ୍ଡ-ଓଡିଶାକୁ ସାମିଲ କରାଯାଇଥିଲା। ୨୦୧୮ରେ ନକ୍ସଲଙ୍କ ନୂତନ ଆଡ୍ଡା ଉପରେ ସୁରକ୍ଷାବଳଙ୍କ ଖାସ୍ ନଜର ରହିଥିଲା।

ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶ, ଛତିଶଗଡ ଓ ମହାରାଷ୍ଟ୍ର ସୀମାରେ ଘଞ୍ଚ ଜଙ୍ଗଲରେ ନକ୍ସଲ ଟ୍ରେନିଂ କ୍ୟାମ୍ପ ଲଗାଇ ନକ୍ସଲଙ୍କୁ ଗରିଲା ଯୁଦ୍ଧର ପ୍ରଶିକ୍ଷଣ ଦେଉଛନ୍ତି। ନକ୍ସଲଙ୍କ କ୍ରମାଗତ ବଦଳୁଥିବା ରଣନୀତିର ମୁକାବିଲା ପାଇଁ ସୁରକ୍ଷାବଳ ମଧ୍ୟ ନୂତନ ଭାବେ ନିଜର ରଣନୀତି ପ୍ରସ୍ତୁତ କରିଛି।

ସୁକମା ଓ ବିଜାପୁର ନକ୍ସଲଙ୍କ ପେଣ୍ଠସ୍ଥଳୀ କୁହାଯାଏ। ଏହି ଅଞ୍ଚଳ ସହିତ ଓଡିଶା, ତେଲଙ୍ଗାନା, ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଅଞ୍ଚଳ ଲାଗି ରହିଛି। ତେଣୁ ଯେ କୌଣସି ଅପରେସନ ଆରମ୍ଭ ହେଲେ ନକ୍ସଲ ଅନ୍ୟ ରାଜ୍ୟର ଜଙ୍ଗଲରେ ଛପି ଯାଉଛନ୍ତି।

   Related Posts