ସନ୍ଦେହରେ ସନ୍ଦିଗ୍ଧଙ୍କ ନିଶା ଆଡ୍ଡା, ଯେଉଁଠି ପରୀର ମୃତଦେହ ମିଳିଥିଲା ସେଠି ଆଉ ଏକାଠି ହେଉନାହାନ୍ତି ନିଶାଡି

Published By : Prameya-News7 Bureau | August 06, 2020 IST

ନୟାଗଡ ୬।୮: ନୟାଗଡରେ ୬ବର୍ଷର ନାବାଳିକା ହତ୍ୟାକାଣ୍ଡ ଉପରୁ ଏଯାଏଁ ପରଦା ଉଠାଇପାରିନି ପୋଲିସ । ନିଖୋଜ ହେବାର ୧୦ଦିନ ପରେ ଉଦ୍ଧାର ହୋଇଥିଲା ନାବାଳିକାର ଗଳିତ ମୃତଦେହ । ଗତ ୨୩ ତାରିଖରେ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା ।

{"id":310530,"sizeSlug":"large"}

ସୂଚନା ଅନୁସାରେ ନୟାଗଡ ସଦର ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଯଦୁପୁର ଗଁ।ର ଅଶୋକ ସାହୁଙ୍କ ୬ବର୍ଷର ନାବାଳିକା ଝିଅ ପରୀ ଗତ ୧୪ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ନିଖୋଜ ହେବାର ୧୦ ଦିନ ପରେ ଅର୍ଥାତ୍ ୨୩ ତାରିଖ ଅପରାହ୍ନରେ ଅଶୋକଙ୍କ ଘର ବାଡିପଟେ ଥିବା ଏକ ଗଡିଆ ନିକଟରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ବସ୍ତାରେ ବନ୍ଧା ହୋଇ ପଡିଥିଲା ।

{"id":310532,"sizeSlug":"large"}

ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଅନୁସନ୍ଧାନ ସମୟରେ ନ୍ୟୁଜ ୭ ହାତରେ ଲାଗିଛି ଏକ ନୂଆ ସୁରାକ । ପରୀ ନିଖୋଜ ସ୍ଥାନରେ ଏକ ନିଶା ଆଡ୍ଡା ରହିଥିଲା ଯାହାକି ସେହିଦିନଠାରୁ ବନ୍ଦ ହୋଇଯାଇଛି । ଘଟଣା ପରଠାରୁ ଏଠାକୁ ଆସୁଥିବା କିଛି ବ୍ୟକ୍ତି ବାହାରକୁ ଚାଲିଯାଇଛନ୍ତି । ଗତ ୨୨ ତାରିଖରେ ପୋଲିସ ଗଁ।ର ଦୁଇଜଣ ଯୁବକଙ୍କୁ ଆଣି ପଚରାଉଚରା କରି ରାତିରେ ଛାଡି ଦେବା ପରଦିନ ମୃତଦେହ ମିଳିଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.