ପାଟଣାଗଡ ବିଧାୟକ ଜେଇଙ୍କୁ ଉଠବସ୍ କରିବା ଘଟଣା : ନା’ ବିଧାୟକଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ, ନା’ ଜେଇଙ୍କୁ ଚାପୁଡା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରୁଛି ପୋଲିସ

Published By : Prameya-News7 Bureau | June 14, 2019 IST

ବାଲାଙ୍ଗିର ୧୪|୬:  ପୂର୍ତ୍ତ ବିଭାଗ ଜେଇଙ୍କୁ ପାଟଣାଗଡ ବିଧାୟକ ଉଠବସ୍‌ କରିବା ଘଟଣାରେ ଯେତେ ତମ୍ବିତୋଫାନ୍‌ ହେଲେ ବି ପ୍ରଶାସନ ଚୁପ୍‌ । ନା’ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ନା’ ବିଧାୟକଙ୍କ ନିର୍ଦ୍ଦେଶରେ ଜେଇଙ୍କୁ ଚାପୁଡା ମାରିଥିବା ନିର୍ବାହୀ ଯନ୍ତ୍ରୀ ବାନ୍ଧିଛି ପୋଲିସ । ଏମିତିକି ରାସ୍ତା କାମରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ କୌଣସି ଆକ୍ସନ ନିଆନଯିବା ପୂରା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଶ୍ନ ଉଠୁଛି ଏଠି ଆଇନ୍‌ କାନୁନ୍‌ ବୋଲି କିଛି ଅଛି କି ନାହିଁ ?

{"id":122907}

ସର୍ବସମ୍ମୁଖରେ ପୂର୍ତ୍ତ ବିଭାଗର ଜଣେ ଜେଇଁଙ୍କୁ ଉଠ୍‌ବସ୍‌ କଲେ ଶାସକ ଦଳ ବିଧାୟକ । ବିଧାୟକଙ୍କ ନିର୍ଦ୍ଦେଶରେ ଜେଇଙ୍କୁ ଚାପୁଡ଼ା ମାରିଲେ ନିର୍ବାହୀ ଯନ୍ତ୍ରୀ । ଭିଡିଓ ଭାଇରାଲ୍‌ ହେଲା । ମିଡିଆରେ ଜୋର୍‌ ଧରିଲା ଚର୍ଚ୍ଚା  । ଡିପ୍ଲୋମା ଇଂଜିନିୟର ସଂଘଠାରୁ ଆରମ୍ଭ କରି ଜିଲ୍ଲା ଆଦିବାସୀ ସଂଘ ସମସ୍ତେ ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ । ଜିଲ୍ଲାପାଳ ମଧ୍ୟ ତାଙ୍କ ତଦନ୍ତ ରିପୋର୍ଟରେ ବିଧାୟକଙ୍କୁ ଦୋଷୀ ବୋଲି କହିସାରିଲେଣି । ତଥାପି ପୂରା ବ୍ୟବସ୍ଥା ଚୁପ୍‌ । ନା’ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ନା’ ବିଧାୟକଙ୍କ ନିର୍ଦ୍ଦେଶରେ ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଛି ପୋଲିସ । ଏମିତିକି ରାସ୍ତା କାମରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ କୌଣସି ଆକ୍ସନ ନିଆନଯିବା ପୂରା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

{"id":122908}

ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପୂର୍ତ୍ତମନ୍ତ୍ରୀ । ହେଲେ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଦେବାର ୪ ଦିନ ପୁରିଲାଣି । ତଥାପି ମନ୍ତ୍ରୀଙ୍କ ଆକ୍ସନ ଜିରୋ । ବିଧାୟକଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।  ସେପଟେ  ଘଟଣାରେ ଦୋଷୀ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଁଶ୍ରଙ୍କୁ ମଧ୍ୟ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ବିଭାଗୀୟ ଅଧିକାରୀ ।

{"id":122909}

ସେହିଭଳି ରାସ୍ତାକାମରେ ହୋଇଥିବା ଦୁର୍ନୀତି, ଯେଉଁଥିରୁ ପୂରା ଘଟଣାର ସୂତ୍ରପାତ ହୋଇଛି ତା’ ଉପରେ ମଧ୍ୟ କୌଣସି ଆଖି ଦୃଶିଆ ତଦନ୍ତ କିମ୍ବା ଆକ୍ସନ ନଜରକୁ ଆସୁନି । ନିମ୍ନମାନର ରାସ୍ତାକାମ ପାଇଁ କ’ଣ କେବଳ ଜେଇ ଦାୟୀ ଥିଲେ, ଠିକାଦାର କୁଆଡ଼େ ଗଲେ, ନିର୍ବାହୀ ଯନ୍ତ୍ରୀ କ’ଣ ଦୋଷୀ ନୁହନ୍ତି, କୁଆଡ଼େ ଗଲେ ପୂର୍ତ୍ତ ବିଭାଗର ବଡ଼ ବାବୁମାନେ । ନା’ ଦୁର୍ନୀତିରେ ସମସ୍ତଙ୍କ ମିଲିଭଗତ୍‌ ଅଛି ବୋଲି କୌଣସି କାର୍ଯ୍ୟାନୁଷ୍ଠାନ ନଜରକୁ ଆସୁନି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.