Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପୁଅ ନିଖୋଜ ନେଇ ମହିଳାଙ୍କ ଏତଲା ରଖିଲାନି ପୋଲିସ, ଫେସବୁକ୍ ଲାଇଭ୍‌ରେ ଆତ୍ମହତ୍ୟା କଲେ ମା’

11/07/2021 at 5:04 PM

ବାନ୍ଦା ୧୧/୭: ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ସୁଧା ନାମକ ଜଣେ ମହିଳା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ମଡେଲ୍‌ ଏବଂ ମିସ୍‌ ଇଣ୍ଡିଆ ତାସ୍‌ ପ୍ରିନ୍ସେସ୍‌ ବିଜେତା ରିୟା ରାକଓ୍ବାରଙ୍କ ମା’ ବୋଲି କୁହାଯାଉଛି। ପୋଲିସ ମହିଳାଙ୍କ ଅଭିଯୋଗ ଶୁଣୁନଥିଲା ବୋଲି ପରିଜନ ଅଭିଯୋଗ କରିଛନ୍ତି ।

ସେପଟେ ପୋଲିସ କହିଛି ମହିଳା ଜଣଙ୍କ ଏକ ଘରୋଇ ବ୍ୟାଙ୍କ ଚଳାଉଥିଲେ। ସେଥିରେ କିଛି ଦୁର୍ନୀତି ହୋଇଥିଲା। ସେହି ମାମଲାରେ ତାଙ୍କୁ କୋତବଲୀ ଡକାଇ ପୋଲିସ ପଚରା ଉଚରା କରିଥିଲା । ମହିଳା ଘରକୁ ଫେରିବା ପରେ ସନ୍ଧ୍ୟା ୫ରେ ଫେସବୁକ୍‌ ଲାଇଭ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମାଙ୍କ ଆତ୍ମହତ୍ୟା ପରେ କାନ୍ଦି କାନ୍ଦି ଦୁଇ ଝିଅଙ୍କ ଅବସ୍ଥା ବେହାଲ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ତାଙ୍କ ପୁଅ କିଛି ଦିନ ହେବ ନିଖୋଜ ଅଛନ୍ତି। ଏନେଇ ସୁଧା ଥାନାକୁ ଏତଲା ଦେବାକୁ ଯାଇଥିଲେ ହେଁ ପୋଲିସ ତାଙ୍କ ଅଭିଯୋଗ ରଖିନଥିଲା। ଏନେଇ ମହିଳାଜଣଙ୍କ ମାନସିକ ଦୁଶ୍ଚିନ୍ତାରେ ଥିଲେ । ରବିବାର କୋତବାଲୀ ଘରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ଏନେଇ ଜିଲ୍ଲାରେ ଉତ୍ତେଜନା ଦେଖାଯିବା ପରେ ପୋଲିସ ମହିଳାଙ୍କ ପୁଅକୁ ଖୋଜୁଛି ବୋଲି କହି ସଫେଇ ଦେଇଛି ।  

   Related Posts