Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

IAS ଅଫିସରଙ୍କ ଏତଲା ରଖୁନି ପୋଲିସ, ଅଧିକାରୀ କହିଲେ ବୁଝି ପାରୁନାହାନ୍ତି ଇଂରାଜୀ

17/07/2021 at 8:08 PM

ପାଟନା ୧୭।୭: ଥାନାରେ ଏତଲାଟିଏ ରୁଜୁ କରିପାରୁ ନାହାନ୍ତି ବିହାର ସରକାରଙ୍କ ପୂର୍ବତନ ଗୃହ ସଚିବ ସୁଧୀର କୁମାର। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ସୁଧୀର କୁମାର ତାଙ୍କ ଏତଲାର କପି ଆଣିବାକୁ ଶାସ୍ତ୍ରୀନଗର ଥାନାକୁ ଯାଇଥିଲେ । ହେଲେ ସେ ଦେଇଥିବା ଏତଲା ଏପର୍ଯ୍ୟନ୍ତ ରୁଜୁ ହୋଇ ନଥିବା ଜାଣିବାକୁ ପାଇଥିଲେ। ଏଣୁ ଏତଲା କପି ନନେଲେ ସେ ଥାନାରୁ ଯିବେନାହିଁ  କହି ସେହିଠାରେ ବସି ରହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 ପ୍ରସଙ୍ଗରେ ଥାନା ଅଧିକାରୀଙ୍କୁ ପଚାରା ଯିବାରେ ସେ ଏତଲା ଇଂରାଜୀରେ ଲେଖା ହୋଇଥିବା କହିଛନ୍ତି। ଯାହାକୁ ସେ ବୁଝି ପାରୁନଥିବାରୁ ରୁଜୁ କରିନଥିବା କହିଛନ୍ତି। ସୁଧୀର କୁମାର ବିହାର ସରକାରଙ୍କ ଗୃହ ସଚିବ ସମେତ ବିଏସଏସସି ଅଧ୍ୟକ୍ଷ ମଧ୍ୟ ଥିଲେ। ସେ ବିଏସଏସସି ଅଧ୍ୟକ୍ଷ ଥିବା ବେଳେ ୨୦୧୪ ମସିହାରେ ଇଣ୍ଟର ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଥିଲା। ମାମଲାରେ ସୁଧୀର କୁମାରକୁ ଗିରଫ କରାଯାଇଥିବା ବେଳେ ୨୦୧୭ ମସିହାରେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯିବା ସହ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଜେଲ ମଧ୍ୟ ଯାଇଥିଲେ।

ସାଢେ ୩ ବର୍ଷରୁ ଅଧିକକାଳ ସଜା କାଟି ଜେଲରୁ ଫେରିବା ପରେ ସେ ଥାନାରେ ଏକ ଏତଲା ଦେଇଥିବା ବେଳେ ତାହା ଏପର୍ଯ୍ୟନ୍ତ ରୁଜୁ ହୋଇପାରିନଥିବାରୁ ଆଶ୍ୟର୍ଯ୍ୟ ବ୍ୟକ୍ତ କରିଛନ୍ତି। ତେବେ ସୁଧୀର କୁମାର ମାର୍ଚ୍ଚ ୫ ତାରିଖରେ ଥାନାକୁ ଯାଇ ଏତଲା ଦେଇଥିଲେ।  ସେତେବେଳେ ତାଙ୍କୁ ରିସିଭିଂ କପି ମଧ୍ୟ ଦିଆଯାଇଥିଲା। ତେବେ ଏତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେବାର କାରଣ ଜାଣିବାକୁ ଥାନାକୁ ଯାଇଥିବା ବେଳେ ତାହା ରୁଜୁ ହୋଇନଥିବା ଜାଣିବାକୁ ପାଇଥିଲେ।

ଏ ବାବଦେ ଥାନା ଆଇଆଇସିଙ୍କୁ ପଚାରିବାରେ ସେ ଇଂରାଜୀ ବୁଝି ପାରୁନଥିବା କହିଛନ୍ତି। ଏଣୁ ଏତଲା ରୁଜୁ କରୁ ନାହାନ୍ତି।  ହେଲେ ସୁଧୀର କୁମାର କଣ ପାଇଁ ଥାନାରେ ଏତଲା ଦେଇଛନ୍ତି ସେ ସମ୍ପର୍କରେ ସେ ମଧ୍ୟ କିଛି କହୁ ନାହାନ୍ତି। ଥାନା ଏତଲା ରୁଜୁ ହେଲେ ହିଁ ସେ କହିବେ ବୋଲି କହିଛନ୍ତି। ସୁଧୀର କୁମାର ୧୯୮୮ ବ୍ୟାଚ୍‌ର ଆଇଏଏସ୍ ଅଫିସର । 

   Related Posts