ଭଦ୍ରକରେ ଟ୍ରକ୍‌ ମାଡିଯାଇ ୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଏବଂ ୭ ଆହତ ଘଟଣାର ୧୪ମାସ ପରେ ବି ପୋଲିସ କରୁନି ଚାର୍ଜସିଟ୍, ମୃତ୍ୟୁ ସହ ସଂଗ୍ରାମ କରୁଥିବା ଆହତ ଛାତ୍ରଛାତ୍ରୀ ପାଉନାହାନ୍ତି ବୀମା ସହାୟତା…

Published By : Prameya-News7 Bureau | September 02, 2019 IST

ଭଦ୍ରକ ୨|୯: ଭଦ୍ରକ ରାହାଞ୍ଜ ନିକଟରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣାକୁ ବିତିଲା ୧୪ ମାସ ବିତିଲା । ଏଯାଏଁ ପୋଲିସର ତଦନ୍ତ ସରିଲାନି କି ଚାର୍ଜସିଟ୍ ଦାଖଲ ହେଲାନି । ଫଳରେ ମୃତ ଏବଂ ଆହତ ପିଲାଙ୍କ ପରିବାର ଲୋକେ ବୀମା ଟଙ୍କାକୁ ପାଇପାରୁନାହାନ୍ତି ।

{"id":152178}

୨୦୧୮ ଜୁଲାଇରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ମୃତ୍ୟୁ ଦୂତ ସାଜିଥିଲା ଟ୍ରକ । ଚାଲିଗଲା ୫ ଛାତ୍ରଛାତ୍ରୀଙ୍କ ଜୀବନ । ୭ ଜଣ ଆହତ ହେଲେ । ଆହତଙ୍କ ମଧ୍ୟରୁ ଶୀତଲ ସାହୁ ଏବେ ଭୁବନେଶ୍ବର ଏମ୍ସରେ ମୃତ୍ୟୁ ସହ ଲଢ଼ୁଛନ୍ତି । ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । ହେଲେ ଦୁର୍ଘଟଣାର ୧୪ ମାସ ପରେ ବି ପୋଲିସର ତଦନ୍ତ ସରୁନି । ପୋଲିସ କୋର୍ଟରେ ଚାର୍ଜସିଟ୍ ବି ଦାଖଲ କରୁନି । ତେଣେ ମୃତ ଏବଂ ଆହତ ପରିବାର ବୀମା ଟଙ୍କା ଚାହିଁ ବସିଛନ୍ତି ।

{"id":152179}

ସ୍କୁଲରୁ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ । ଏତିକି ବେଳେ କୋଉଠି ଥିଲା ସେ ମୃତ୍ୟୁ ଦାନବ ମାଡ଼ିବସିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ । ଡ୍ରାଇଭର ଗିରଫ । ତେବେ ପୋଲିସ କାହିଁକି ଚାର୍ଜସିଟ୍ ଦାଖଲ କରୁନି ସେନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ଏସପି…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.