ସାବଧାନ କଟକରେ ବୁଲୁଛି କିଲର ! ରାତିରେ ବିଭିନ୍ନ ସ୍ଥାନରେ ପୋଲିସର ପାଟ୍ରୋଲିଂ

Published By : Prameya-News7 Bureau | July 25, 2019 IST

କଟକ ୨୫|୭: କଟକରେ ସିରିଏଲ ମର୍ଡର ପରେ ସଜାଗ ହୋଇଛି ପୋଲିସ । ଦୁଇ ଦିନରେ ତିନୋଟି ବିଭତ୍ସ ହତ୍ୟାକାଣ୍ଡ ପରେ ସହରରେ କଡା ପାଟ୍ରୋଲିଂ ବ୍ୟବସ୍ଥା କଡା କରାଯାଇଛି ।  ପୋଲିସ କମିଶନର ସତ୍ୟଜିତ ମହାନ୍ତି, କଟକ ଡିସିପି ଅଖିଳେଶ୍ବର ସିଂଙ୍କ ସମେତ ସମସ୍ତ ଜୋନ ଏସିପି ଓ ଥାନା ଅଧିକାରୀ ଏବେ ଆକ୍ଟିଭ ମୋଡ୍ ରେ । ରାତି ଅଧରେ ପାଟ୍ରୋଲିଂ କରି ଦିନ ମଜୁରିଆଙ୍କୁ ସୁରକ୍ଷା ଯୋଗାଉଛି ପୋଲିସ ।

{"id":137085}

ସହରର ଫୁଟ ପାଥରେ ଶୋଉଥିବା ବ୍ୟକ୍ତିଙ୍କୁ ସତର୍କ ଓ ସଚେତନ କରାଇବା ସହ ଗୋଟିଏ ସ୍ଥାନରେ ସମସ୍ତଙ୍କୁ ରଖି ସୁରକ୍ଷା ଦେଇଛି ପୋଲିସ । ରାତି ପ୍ରାୟ ୧୧ ଟାରୁ ୫ ଟା ପର୍ଯ୍ୟନ୍ତ କଟକ ଡିସିପି ଓ ବିଭିନ୍ନ ଜୋନ ଏସିପି ମାନେ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିଲେ । ଅପରାଧ ଓ ଅପରାଧୀଙ୍କ ଉପରେ ରଖିଥିଲେ ତୀକ୍ଷ୍ଣ ନଜର । ସ୍ପେଶାଲ ଡ୍ରାଇଭ୍ ରେ ମଧ୍ୟ ଯାଇଥିଲେ ପୋଲିସ କମିଶନର ।

{"id":137086}

ସମାନ ଢଙ୍ଗରେ ଘଟିଥିବା ତିନୋଟି ହତ୍ୟାକାଣ୍ଡର ଅପରାଧୀ ଜଣେ ବୋଲି ପୋଲିସ କମିଶନର ସୂଚନା ଦେଇଥିବା ବେଳେ ହତ୍ୟାକାରୀ ଭୋରୁ ଏହି କାଣ୍ଡ ଘଟାଉଥିବା କମିଶନର ସ୍ପଷ୍ଟ କରିଛନ୍ତି । ସେଥିପାଇଁ ହତ୍ୟାକାରୀ ଧରା ନ ହେବା ପର୍ଯ୍ୟନ୍ତ ପୋଲିସର ରାତ୍ରାକାଳିନ ଏହି ବ୍ୟବସ୍ଥା ଜାରି ରହିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

{"id":137087}

ଏହି ପାଟ୍ରୋଲିଂ ବ୍ୟବସ୍ଥାରେ ସହରର ସମସ୍ତ ଥାନା ଅଧିକାରୀ ଏସିପି ସମେତ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା  ।  ଏଥିସହ ସହର ଭିତରେ ଯାତାୟତ କରୁଥିବା ସମସ୍ତ ଯାନବାହାନକୁ ତନ୍ନ ତନ୍ନ କରି ଯାଞ୍ଚକରିଛି ପାଟ୍ରୋଲିଂ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.