ଖାକିରେ କେଁ: ଭୁଲ୍ କରି ପୋଲିସ୍ ବାବୁ ହଟହଟ୍ଟା, ଭୁଲ୍‌ ମାଗିଲେ - ଲୋକଙ୍କ ଘେରରେ ହେଲେ ଅଣନିଃଶ୍ବାସୀ

Published By : Prameya-News7 Bureau | February 07, 2020 IST

ନୟାଗଡ଼୭/୨: ରଙ୍ଗ ଡ୍ରାଇଭ ପାଇଁ ରାସ୍ତାରେ ପୋଲିସ ଏବେ ଅପରେସନ ଜୋରଦାର କରିଛି । ଯେଉଁମାନେ ରଙ୍ଗରୁଟରେ ଯାଉଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କରେ ଜରିମାନା ଆଦାୟ ହେଉଛି । କିନ୍ତୁ ଏମିତି ଦୁଇଟି ଘଟଣା ସାମ୍ନାକୁ ଆସିଛି ଯେଉଁଠି ପୋଲିସ ହିଁ କରିଛି ରଙ୍ଗ୍ ଡ୍ରାଇଭ୍ । ଅର୍ଥାତ୍ ରଙ୍ଗ ନମ୍ବରରେ ହାତ ମାରି ବିବାଦ ଘେରକୁ ଆସିବା ସହ ହଟହଟ୍ଟା ମଧ୍ୟ ହୋଇଛି। ଏପରି ଗାଡ଼ି ମୁକାଳାଇବା ପାଇଁ ଟଙ୍କା ମାଗି ନିଜ ଚାକିରି ଖାଉଛନ୍ତି ପୋଲିସ ବାବୁ।

{"id":221559,"sizeSlug":"large"}

ଜଟଣୀ ଥାନାର ଜଣେ ନାବାଳିକାଙ୍କୁ ୪ ଦିନ ତଳେ ଅପହରଣ କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ । ଝିଅଟି ନୟାଗଡ ଜିଲ୍ଲା ଇଟାମାଟି ଥାନା ଗମ୍ଭାରୀଡିହି ଗାଁରେ ଥିବା ବି ସୂଚନା ଦେଇଥିଲେ।  ଇଟାମାଟି ପୋଲିସକୁ ଧରି ଗମ୍ଭାରୀଡିହିରେ ପହଞ୍ଚିଲା ପୋଲିସ । ଗାଁର ବନମାଳି ସାହୁଙ୍କ ପୁଅ ରମେଶଙ୍କ ୩ଦିନ ତଳେ ବିବାହ ହୋଇଥିଲା ।

{"id":221562,"sizeSlug":"large"}

କିଛି ନବୁଝି ରମେଶଙ୍କୁ ଉଠାଇ ନେଇଥିଲା । ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ତାତିଥିଲେ ।  ତେବେ ପରେ ଭୁଲ ବି ବୁଝି ପାରିଥିଲା ପୋଲିସ। ରମେଶଙ୍କୁ ସସମ୍ମାନେ ଛାଡ଼ିବା ଲାଗି ଗାଁରେ ପହଞ୍ଚିଥିଲା। କିନ୍ତୁ ଗାଁ ଲୋକେ ଘେରିଯାଇଥିଲେ। ଖବର ପାଇ ଏସ୍.ଡି.ପି.ଓ , ଇଟାମାଟି ଏବଂ ନୟାଗଡ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଶେଷରେ ଇଟାମାଟି ଥାନା ଅଧିକାରୀ ଭୁଲ୍ ମାଗିବା ପରେ ଘଟଣାର ପୂର୍ଣ୍ଣଛେଦ ପଡିଥିଲା ।

{"id":221560,"sizeSlug":"large"}

ସୋରରେ ଗତ ନଭେମ୍ବର ୧୦ ତାରିଖରେ ଘଟଣା । ସ୍ଥାନ ବାଲେଶ୍ବର ଜିଲ୍ଲା ସୋର ଥାନା ଅଠିଳାବାଜ ଗାଁ । ଜଣେ ମହିଳାଙ୍କ ହତ୍ୟା ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି ପୋଲିସ । ହତ୍ୟାର କିଛି ବି ସୁରାଗ ମିଳିଲାନି । ଏହା ପରେ ବି ମହିଳାଙ୍କ ବାପା ଦେଇଥିବା ଏତଲା ଆଧାରରେ ସୋର ପୋଲିସ ତାଙ୍କ ସ୍ବାମୀ, ମାମୁ ଶ୍ବଶୁର ଏବଂ ନଣଦେଇଙ୍କ ବିରୋଧରେ ରୁଜୁକଲା ହତ୍ୟା ମାମଲା । ଲାଗିଲା ଦଫା ୩୦୨।

{"id":221561,"sizeSlug":"large"}

ଶାଶୁଙ୍କୁ ସଟ୍ ଷ୍ଟେ ହୋମ୍ ରେ ଅଟକ ରଖିଲା । ଗିରଫ ଭୟରେ ମହିଳାଙ୍କ ଶ୍ବଶୁର ଘର ଲୋକେ  ଫେରାର ହୋଇଗଲେ । ୩ ମାସ ପରେ ଏମିତି ଏକ ଭିଜୁଆଲ ଆସିଛି।  ଯାହାଙ୍କ ମୃତ୍ୟୁ ପାଇଁ ପୋଲିସ ୩୦୨ ଦଫାରେ ମାମଲା ରୁଜୁ କରିଛି ସିଏ କୋର୍ଟରେ କେମିତି ଚକ୍କର କାଟୁଛନ୍ତି ।ଏଣେ କିନ୍ତୁ ପୋଲିସ ହତ୍ୟା ମାମଲା ଲଗାଇ ଏକ ପରିବାରକୁ ହାରାସ କଲା।  ସୋର ପୋଲିସର ଏ ରଙ୍ଗ ଡ୍ରାଇଭକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅନେକ ଘଟଣାରେ ତଥ୍ୟ ପ୍ରମାଣ ଥାଇ ବି ପୋଲିସ ଆକ୍ସନକୁ ଆସୁନି, କିନ୍ତୁ କିଛି ଏମିତି ଘଟଣା ଘଟୁଛି ଯେଉଁଠି ପୋଲିସ ବିଭାଗକୁ ହଟହଟା ହେବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.