Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

କୋଭିଡ୍ କେୟାର ସେଣ୍ଟରରେ ଥିଲେ ପୁରା ପରିବାର: ଘରର ତାଲା ଭାଙ୍ଗି ସର୍ବସ୍ବ ଲୁଟି ନେଲେ ଦୁର୍ବୃତ୍ତ, ନୀରବଦ୍ରଷ୍ଟା ସାଜିଛି ପୁଲିସ୍

27/08/2020 at 4:26 PM

କଟକ୨୭/୮: ପରିବାର କୋଭିଡ୍‌ କେୟାର ସେଣ୍ଟରରେ ଥିବାବେଳେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ସର୍ବସ୍ବ ଲୁଟି ନେଇଥିଲେ।  ପରିବାର ଲୋକେ ଏହି ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ହାତ ଉପରେ ହାତ ରଖି ଚୁପ୍‌ଚାପ ବସି ପଡିଛି। ବର୍ତ୍ତମାନ ସୁଦ୍ଧା ଲୁଟ୍‌ କରିଥିବା ଲୁଟେରାଙ୍କ ସନ୍ଧାନ ପାଇ ନାହିଁ ପୁଲିସ୍।

ମିଳିଥିବା ସୂଚନା ଅନୁସାରେ କଟକ ଖାନନଗର ବ୍ରାହ୍ମଣ ସାହିର ଗୋଟେ ପରିବାର ଆକ୍ରାନ୍ତ ହୋଇ କୋଭିଡ୍‌ କେୟାରରେ ଭର୍ତ୍ତି ହୋଇଥିଲା। ଏହା ମୌକା ଦେଖି ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ସୁନା-ଗହଣା, ରୂପା ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ। ଏ ନେଇ ପରିବାର ପକ୍ଷରୁ କଟକସ୍ଥିତ ବାଦମାବାଡି ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ଏଯାବତ୍‌ ଲୁଟ୍‌ ହୋଇଥିବା ଗହଣା ଗାଣ୍ଠି କିମ୍ବା ଲୁଟେରାଙ୍କ ପତ୍ତା ପାଇ ପାରି ନାହିଁ ପୁଲିସ୍। ପୁଲିସ୍‌ର ଏଭଳି ମନୋଭାବ ଏବଂ କାର୍ଯ୍ୟାକଳାପକୁ ନେଇ ପରିବାର ମୁଖିଆ କିଶୋର ଶତପଥି ଅସନ୍ତୋଷ ପ୍ରକାଶ କରିଛନ୍ତି।   

   Related Posts