ମାଲକାନଗିରି ତୁଳସୀ ପାହାଡରେ ପୋଲିସ-ମାଓବାଦୀ ଗୁଳି ବିନିମୟ ; ଜଣେ ମାଓବାଦୀଙ୍କ ଆତ୍ମସମର୍ପଣ
14/09/2018 at 10:23 AM

ମାଲକାନଗିରି ୧୪/୯ : ମାଲକାନଗିରି ଛତିଶଗଡ ସୀମାନ୍ତ ତୁଳସୀ ପାହାଡରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି | ଦରଭା ନକ୍ସଲ ଡିଭିଜନ ଓ ମାଲକାନଗିରି ଜିଭିଏଫ୍ ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ବର୍ତ୍ତମାନ ସୁଦ୍ଧା କୌଣସି ମାଓବାଦୀଙ୍କ ମୃତାହତ ହୋଇଥିବା ସୂଚନା ମିଳିନାହିଁ | ଏବେ ବି ପାହାଡରେ ସର୍ଚ୍ଚ ଅପରେସନ ଚାଲିଛି | ଗତକାଲି ସନ୍ଧ୍ୟାରେ ବସ୍ତର ଆଇଜି ଓ ସୁକ୍ମା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା ଜଣେ ମାଓବାଦୀ | ଆତ୍ମ ସମର୍ପଣ କରିଥିବା ମାଓବାଦୀ ଜଣକ ହେଲା ବେଟି ରାମା | ଏହାପରେ ଅପରେସନ ଆରମ୍ଭ କରିଥିଲା ପୋଲିସ | ଦୀର୍ଘଦିନ ଧରି ଦରଭା ନକ୍ସଲ ଡିଭିଜନରେ ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲା ରାମା |
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021