ପୁଲିସ୍ ନାଁରେ ହତ୍ୟା ଅଭିଯୋଗ, ବେକରେ ରହିଛି ରଶି ଲଗା ଦାଗ

Published By : Prameya-News7 Bureau | September 19, 2020 IST

ଭୁବନେଶ୍ବର୧୯/୯: ପୁଲିସ୍ ନାଁରେ ହତ୍ୟା ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ ତୋମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତ ଏବଂ  ତାଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ।

{"id":332030,"width":572,"height":724,"sizeSlug":"large"}

ଏ ନେଇ ତୋମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ମୃତଦେହ। ମୃତ ମହିଳାଙ୍କ ବେକରେ ରଶି ଲଗା ଦାଗ ସ୍ପଷ୍ଟ ଭାବେ ଦେଖାଯାଉଛି। ତେଣୁ କେଉଁ ପରିସ୍ଥିତି ଏବଂ କାହିଁକି ଏଭଳି ଘଟଣା ଘଟିଲା, ସେ ସଂପର୍କରେ ପୁଲିସ୍ ଛାନ୍‌ଭିନ୍‌ ଆରମ୍ଭ କରୁଛି। ୮ ମାସ ତଳେ ଦୁହିଁଙ୍କ ବାହାଘର ହୋଇଥିଲା।  ଏହି ଘଟଣାରେ ବର୍ତ୍ତମାନ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.