ଚୋରା ବନ୍ଧୁକ ବେପାରୀ ଚଳାଇଥିଲା ସେକ୍ସ ର୍ୟାକେଟ, ପଶ୍ଚିମ ବଙ୍ଗରୁ ଆଣୁଥିଲା ଝିଅ, ଗ୍ରାହକ ପିଚ୍ଛା ନେଉଥିଲା ହଜାରେରୁ ତିନି ହଜାର

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର୧୦|୪: ରାଜଧାନୀରୁ ପୁଣି ସେକ୍ସ ରାକେଟ ଠାବ । ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯାଇ ଉଦ୍ଧାର କଲା ତିନି ବଙ୍ଗୀୟ ଦେହ ଜୀବୀଙ୍କୁ ଖଣ୍ଡଗିରି ଥାନା ପୋଲିସ । ଏଥିସହ ଦୁଇ ବନ୍ଧୁ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କୁ ନିକଟରୁ ଗୋଟିଏ ମାଉଜର ତିନୋଟି ଅଫୁଟା ଗୁଳି ସହ ଗୋଟିଏ କାର ଏବଂ ବାଇକ ମଧ୍ୟ ଜବତ କରିଛି ପୋଲିସ । ଗତକାଲି ସଂଧ୍ୟରେ ଘଟିଛି ଏହି ଘଟଣା ।

{"id":102155,"width":596,"height":333}

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । କମିଶନରେଟ ପୋଲିସ ଗୋଟିଏ ଶିକାର ପାଇଁ ଜାଲ ବିଛାଇଥିଲା । ହେଲେ ଫାସରେ ପଡିଲେ ଆଉ କିଛି । ପୋଲିସ ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯାଇ ଠାବ କଲା ସେକ୍ସ ରାକେଟ । ଖଣ୍ଡିଗିରି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର ହେଉଥିବା ନେଇ ପୋଲିସ ପାଖରେ ଦୀର୍ଘ ଦିନରୁ ଖବର ଥିଲା । ଏହା ଉପରେ କଡା ନଜର ବି ରଖିଥିଲା ପୋଲିସ । ଏହାକୁ ନେଇ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ ।

{"id":102156,"width":595,"height":344}

ସ୍ବତନ୍ତ୍ର ଟିମ ମଧ୍ୟ ଗଠନ ହୋଇଥିଲା ପୋଲିସ । ବନ୍ଧୁକ ବେପାରୀଙ୍କୁ ଧରିବା ପାଇଁ ପୋଲିସ ଛଦ୍ମ ବେଶରେ ଗ୍ରାହକ ସାଜି ସେମାନଙ୍କ ଡିଲ କରିଥିଲା । ଦିନ ଆଉ ସମୟ ଧାର୍ଯ୍ୟ ହୋଇଥିଲା । ବନ୍ଧୁକ ବେପାରୀ ପାଖକୁ ଛଦ୍ମ ବେଶରେ ବନ୍ଧୁକ କିଣିବା ପାଇଁ ଯାଇଥିଲା ପୋଲିସ । ତେବେ ବନ୍ଦୁକ ବେପାରୀ ଖବର ପାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ହେଲେ ପୋଲିସ ସେମାନଙ୍କୁ ଟ୍ରାକ କରି ଖଣ୍ଡଗିରି ଥାନା ଭରତପୁର ସ୍ଥିତ ଏକ ଭଡାଘରୁ ଗିରଫର କରିବାକୁ ସକ୍ଷମ ହୋଇଥିଲା ।

ଏହି କାରବାରରେ ଦୁଇ ଜଣକୁ ଗିରଫ କରିବା ସହ ଏକ ମାଉଜର ଓ ଚାରୋଟି ଅଫୁଟା ଗୁଳି ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ସେହିପରି ଏକ ଦାମୀ କାର ଓ ଗୋଟିଏ ବାଇକ ମଧ୍ୟ ଜବତ କରିଛି ପୋଲିସ । ଏଥିସ ନଗଦ ଚବିଶ ହଜାର ଟଙ୍କା ଚାରାଟି ଦାମୀ ମୋବାଇଲ ଭ୍ୟାନିଟ ବ୍ୟାଗ ମଧ୍ୟ ଜବତ କରିଛି ।

{"id":102157,"width":594,"height":399}

ତେବେ ସେହି ଘରକୁ ଖାନ ତଲାସି କରିବା ସମୟରେ ସେଠାରୁ ସେକ୍ସ ରାକେଟ କାରବାର ହେଉଥିବା ଜାଣିବାକୁ ପାଇଲା ପୋଲିସ । ସେଠାରୁ ତିନି ଜଣ  ବଙ୍ଗୀୟ ଜୁବତୀ ଠାବ କରି ସେମାନଙ୍କୁ ଉଦ୍ଧାର କରିଛି ପୋଲସ । ଉଦ୍ଧାର ଯୁବତୀମାନେ ଏଠାରେ ଦେହ ବ୍ୟବସାୟ କରୁଥିବା ପୋଲିସ ଜାଣିବାକୁ ପାଇଛି । ଅଧିକ ଅନୁସନ୍ଧାନ ପାଇଁ ପୋଲିସ ଗିରଫ କରିଥିବା ଯୁବକଙ୍କୁ ପଚରା ଉଚୁରା ଜାରି ରଖିଛି । ତେବେ ଏହି ବନ୍ଧୁକ କାରବାର ଓ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ଏବେ ଫେରାର ଅଛି ।

 ଅପରପକ୍ଷରେ ସେହି ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ ଚାଲିଥିଲା । ରାକେଟର ମାଷ୍ଟର ମାଇଣ୍ଡ ପଶ୍ଚିମବଙ୍ଗରୁ ଝିଅ ଆଣି ସେହି ଘରେ ରଖି ଦେହ କାରବାର ଚଳାଇଥିଲା । ସେମାନଙ୍କର ରେଟ ହଜାରେରୁ ତିନି ହଜାର ଟଙ୍କା । ପୋଲିସ ସୁତ୍ରରୁ ମଳିଥିବା ସୂଚନା ଅନୁସାରେ ରାକେଟର ମାଷ୍ଟର ମାଇଣ୍ଡ ଏହି ଟଙ୍କାର ସିଂହ ଭାଗ ରଖି ବାକି ଟଙ୍କା ଦେହଜୀବୀଙ୍କୁ ଦେଉଥିଲା ।

{"id":102158,"width":593,"height":340}

ସେପଟେ ପୋଲିସ ଆଖିରେ ଧୁଳି ଦେଇ ଖୁବ ଗୁପ୍ତରେ ରାକେଟ ରାକେଟ ଚଳାଇଥିଲା । ଜବତ ହୋଇଥିବା କାର ଓ ବାଇକରେ ଗିରଫ ଯୁବକ ଗ୍ରାହକଙ୍କୁ ଗନ୍ତବ୍ୟ ସ୍ତଳରୁ ଆଣି ସେଠାରେ ପହଞ୍ଚାଉ ଥିଲେ । କାମ ସରିଲା ପରେ ଗ୍ରାହକଙ୍କୁ ନେଇ ପୁଣି ଗନ୍ତବ୍ୟ ସ୍ଥଳରେ ଛାଡି ଦେଉଥିଲେ । ଯାହର ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":102159,"width":594,"height":333}

 ରାଜଧାନୀରେ ବଢି ଚାଲିଛି ଚୋରା ବନ୍ଧୁକ କାରବାର । ଏଥିସହ ବଢି ଚାଳଇଛି ସେକ୍ସ ରାକେଟ କାରବାର । ଏହାକୁ ରୋକିବା ପାଇଁ ଆକସନ ମୁଡରେ ରହିଛି କମିଶନରେଟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.