ପୁଣି କଟକ ପୋଲିସର ଦବଙ୍ଗଗିରି: ଅଭିଯୁକ୍ତକୁ ଛାଡି ଅଭିଯୋଗକାରୀକୁ ନାଲିଆଖି

Published By : Prameya-News7 Bureau | March 11, 2019 IST

କଟକ୧୧୧|୩ (କିରଣ କାନୁନ୍‌ଗୋ):ମଦ ବିରୋଧରେ ମୋର୍ଚ୍ଚା ବାହାର କରିଥିବା ଆନ୍ଦୋଳନକାରୀଙ୍କୁ ଚାପୁଡ଼ା ମାରି ଜୋନ୍‌ 2 ଏସିପି ହରଡ଼ଘଣାରେ ପଡ଼ିଥିବା ବେଳେ କଟକରେ ପୋଲିସର ବ୍ୟବହାରକୁ ନେଇ ଆସିଛି ଆଉ ଏକ ଅଭିଯୋଗ । ଖାନ ନଗର ଅଂଚଳରେ ଏକ ଜମି ବିବାଦକୁ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିବା ବେଳେ ଅଭିଯୋଗକାରୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରା୍ର ଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍‌ ବସିବାକୁ ନେଇ ଉଠିଛି ପ୍ରଶ୍ନ । …..

{"id":92630,"width":594,"height":327}

ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ଏବେ କଟକ ସହରରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ଅଭିଯୁକ୍ତଙ୍କୁ ଧରିବା ବଦଳରେ ଅଭିଯୋଗକାରୀଙ୍କୁ ପୋଲିସ ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଏକ ଜମିଜମା ବିବାଦକୁ ନେଇ ଖାନ୍‌ ନଗର ଅଞ୍ଚଳର ବାସିନ୍ଦା ମାନବେଶ ମହାନ୍ତିଙ୍କୁ ଗଲା ୨ ତାରିଖରେ ସ୍ଥାନୀୟ ଅଂଚଳର ପ୍ରତ୍ୟୁଷ ମହାନ୍ତି ଏବଂ ତାଙ୍କର କିଛି ସହଯୋଗୀ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ କରିଥିଲେ । ଏନେଇ ମାନବେଶ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବା ବଦଳରେ ପୋଲିସ ଅଭିଯୋଗକାରୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ସହ ଜୋର ଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ଆଣିବାକୁ ଉଦ୍ୟମ କରିଥିଲା । ତେବେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିବାରୁ ମାନବେଶଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ପୋଲିସ । ସେପଟେ ଅଭିଯୁକ୍ତ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ ତାକୁ ଗିରଫ ନକରି ଚୁପ୍‌ ବସିବା ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

{"id":92631,"width":592,"height":333}

ନିକଟରେ ମଦ ବିରୋଧୀ ଆନ୍ଦୋଳନ ବେଳେ ସଂଗଠନର କର୍ମକର୍ତ୍ତାଙ୍କୁ ଚାପୁଡା ମାରି କଟକ ଜୋନ୍-2 ଏସିପି ଶେଖ୍ ସରିଫୁଦ୍ଦିନ୍‌ ବିବାଦ ଘେରକୁ ଆସିଥିବା ବେଳେ ବାଦାମବାଡି ପୋଲିସ ବିରୋଧରେ ଏଭଳି ଅଭିଯୋଗ, କଟକ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":92632,"width":594,"height":334}

ନିକଟରେ କମିଶନରେଟ୍‌ ପୋଲିସରେ ବ୍ୟାପକ ଅଦଳବଦଳ ହୋଇଥିବା ବେଳେ କଟକର ବିଭିନ୍ନ ଥାନାକୁ ଆସିଥିବା ନୂଆ ଅଧିକାରୀମାନେ ଅପରାଧ ନିୟନ୍ତ୍ରଣ ସହ ସହରବାସୀଙ୍କ ଭରସା ଜିତିବାକୁ ମଧ୍ୟ ଉଦ୍ୟମକରିବା ଦରକାର । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକରି ଅଭିଯୋଗକାରୀଙ୍କୁ ନିଜ ଦବଙ୍ଗଗିରି ଦେଖାଇଲେ ପୋଲିସ ହିଁ ବଦନାମ ହେବା ସାର ହେବ ।

{"id":92633,"width":594,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.