ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାଧୁଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ

Published By : Prameya-News7 Bureau | September 27, 2019 IST

ପୁରୀ ୨୭।୯: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଜଣେ ସାଧୁଙ୍କୁ ପୋଲିସର ଦୁର୍ବ୍ୟବହାର । ପୋଲିସବାବୁ ଜଣକ ସାଧୁଙ୍କୁ ଗଳା ଧକ୍କା ଦେଉଛନ୍ତି। ତାଙ୍କ ବେକକୁ ଧରି ତଣ୍ଟିଆ ଦେଇ ବାହାରକୁ ଆଣୁଛନ୍ତି । ଏଭଳି ଦେଖିବାକୁ ମିଳିଛି ସିଂହଦ୍ବାର ସମ୍ମୁଖରେ । ସାଧୁଙ୍କୁ ଗଳାଧକ୍କା ମାରୁଥିବା ପୋଲିସ ବାବୁଙ୍କ ରୁକ୍ଷ ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗେରୁଆ ବସ୍ତ୍ର ଧାରଣ କରିଥିବା ବାବା ଜଣଙ୍କ ସିଂହଦ୍ବାର ସମ୍ମୁଖରେ ଥିବା ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ପୋଲିସ ତାଙ୍କୁ ଯିବାକୁ ବାରଣ କରିଥିଲା। ମାତ୍ର ସାଧୁ ଜଣଙ୍କ ମହନ୍ତଙ୍କୁ ଭେଟିବାକୁ ଜିଦ୍ କରିଥିଲେ। ଏତିକିରେ ପୋଲିସ ବାବୁଙ୍କ ରାଗ ପ୍ରଚଣ୍ଡ ହୋଇଯାଇଥିଲା। ଆଉ ସେ ସାଧୁଙ୍କୁ ନିଜ କାରନାମା ଦେଖାଇଥିଲେ। ସାଧୁଙ୍କୁ ଗଳା ଧକ୍କା ଦେଇ ବେକକୁ ଭିଡ଼ି ଧରି ଟାଣି ଟାଣି ନେଇଯାଇଥିଲେ। ପରେ ତାଙ୍କୁ ନେଇ ସିଂହଦ୍ବାର ଫାଣ୍ଡିରେ ଅଟକ ରଖିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.