ଥାନାଠାରୁ ମାତ୍ର ୨୦୦ ମିଟରରେ ଡକାୟତି , ଡକାୟତଙ୍କ ଟେର୍‌ ପାଉନି ପୁଲିସ୍‌- ପୁଲିସର ଦୁର୍ବ୍ୟବହାରକୁ ରେକର୍ଡ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ଫୋନ୍‌ ଛଡାଇ କରିଛି ଭିଡିଓ ଡିଲିଟ୍‌

Published By : Prameya-News7 Bureau | October 26, 2019 IST

କେନ୍ଦୁଝର ୨୬।୧୦ -  କେନ୍ଦୁଝର ଟାଉନ ପୋଲିସର ଭୋଗ ବିକଳରେ ତାଟିଆ କାମୁଡା । ସରକରାଙ୍କ 5T କୁ ଫୁରେ ଉଡାଇଲା ପୋଲିସ  । ଜଣେ ଛାତ୍ରକୁ ବ୍ୟାଙ୍କରୁ ଉଠାଇ ଆଣି ଥାନା ଭିତରେ ଆଠ ଘଣ୍ଟାରୁ ଅଧିକ ସମୟ ରଖି ସାଂଘାତିକ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି।  ବଡ଼କଥା ହେଉଛି ପୋଲିସ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଫଟୋ ଉଠାଉଥିବା ଗଣ ମାଧ୍ୟମର ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ କ୍ୟାମେରା ଛଡାଇ ନେଇ ଭିଜୁଆଲ ଡିଲିଟ କରିଛି । ଏହି ଘଟଣାକୁ ନେଇ କେନ୍ଦୁଝରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…

{"id":175261}

ଦେଖନ୍ତୁ ମାଡ଼ି ଆସୁଛନ୍ତି ସବ ଇନସ୍ପେକ୍ଟର । ଏହାପରେ ଯାହା ଘଟିଛି ସେ ଭିଜୁଆଲ ଆମେ ଦେଖାଇପାରିବୁନି, କାରଣ ସେ ନିଜେ କ୍ୟାମେରାରୁ ଡିଲିଟ୍‌ କରିଦେଇଛନ୍ତି। କେନ୍ଦୁଝର ପୋଲିସର ଏମିତି କିଛି ଦବଙ୍ଗି ଚେହେରା ଗତକାଲିଠାରୁ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସର ନାକତଳୁ ଟାଉନଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଜଣେ ମହିଳାଙ୍କଠାରୁ ଗତ ୫ ତାରିଖରେ ଲୁଟ୍ ହୋଇଥିଲା। ପୋଲିସ ଲୁଟେରାର ଟେର୍ ପାଇଲାନି, ଆଉ ଛବି ମଳିନ ପଡୁଥିବା ଦେଖି ଜଣେ ଛାତ୍ରକୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ରାଇସୁଆଁର ଚିନ୍ମୟ ରାଉତ ଏସ୍ଏଚଜି ଟଙ୍କା ଡିପୋଜିଟ କରିବାକୁ ବ୍ୟାଙ୍କକୁ ଆସିଥିବା ବେଳେ ତାଙ୍କୁ ସନ୍ଦେହରେ ପୋଲିସ ଉଠାଇନେଇଥିଲା।

{"id":175262}

ଖବର ପାଇଁ ଟଙ୍କା ପଠାଇଥିବା ଗ୍ରୁପର ମହିଳାମାନେ ଥାନାରେ ପହଞ୍ଚିଥିଲେ । ହେଲେ ପୋଲିସ ସେମାନଙ୍କୁ ବି ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ଦେଖାଇଥିଲା । ଏହି ସମୟରେ ନ୍ୟୁଜ7 କ୍ୟାମେରା ମ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ିଓ ରେକର୍ଡ କରିବାରୁ ଜଣେ ମହିଳା ସବ ଇନ୍ସପେକ୍ଟର ମୋବାଇଲ ଛଡାଇ ନେଇ ଭିଜୁଆଲ ଡିଲିଟ କରିଦେଇଥିଲେ । ଏଥିରେ ଥାନାର ଜଣେ ସବ୍ ଇନିସ୍ପେକ୍ଟର ଡ୍ରେସରେ ଥାଇ ମଦ ପିଉଥିବାର ଭିଜୁଆଲ ବି ରହିଥିଲା।  ବଡ଼କଥା ହେଉଛି ସେହି ପୋଲିସ ଜଣଙ୍କ ନିଜର ବାହାଦୂରୀ ଦେଖାଇବା ପାଇଁ କ୍ୟାମେରା ମ୍ୟାନ ମଦ ପିଇଥିବା କହି ମଦ ମାପିବା ଯନ୍ତ୍ର ବାରମ୍ବାର ତାଙ୍କ ପାଟିରେ ପୂରାଇଥିଲେ ।

{"id":175263}

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଟାଉନ ଥାନା ପୋଲିସର ଏଭଳି ବ୍ୟବହାରକୁ କେନ୍ଦୁଝର ଜିଲ୍ଲା ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିଛି ।ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ପୋଲିସର ବ୍ୟବହାରକୁ ନିନ୍ଦା କରିଛନ୍ତି। ସେପଟେ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ଡିଏସ୍‌ପି । ଏବଂ ଘଟଣା ବଢୁଥିବା ଦେଖି ତୁରନ୍ତ ଚିନ୍ମୟଙ୍କୁ ଛାଡ଼ିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଡିଏସପି।

ଘଟଣାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ପୋଲିସ ଏବେ ଡ୍ୟାମେଜ କଣ୍ଟ୍ରୋଲ ମୋଡକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.