ଦୁଷ୍କର୍ମ ଶିକାର ହୋଇଥିବା ନାବାଳିକାର ବାପା ସାଜିଲା ପୋଲିସ, ପୀଡ଼ିତାଙ୍କ ସହ କରିଲା ଦୁଷ୍କର୍ମକାରୀଙ୍କ ବିବାହ

Published By : Prameya-News7 Bureau | February 15, 2019 IST

ଗୋଡ଼ା ୧୫/୨- ଦୁଷ୍କର୍ମରେ  ଶିକାର ହୋଇଥିବା ଜଣେ ନାବାଳିକା ବାପା ସାଜି ପୋଲିସ କରିଲା ବାହାଘର । ଦୁଷ୍କର୍ମକାରୀକୁ ଦଣ୍ଡଦେବା ବଦଳରେ ପୋଲିସ କଲା ବାହାଘର ।

ଏହିଭଳି ଘଟଣା ଘଟିଛି ହରିୟାଣାର ଗୋଡ଼ା ଅଂଚଳରେ ଦେବଡ଼ାଂଡ଼ ଥାନା ଇଲାକାରେ । ଜଣେ ନାବାଳିକାଙ୍କୁ ଡ଼ିସେମ୍ବର ୨୨ ତାରିଖରେ ଦୁଷ୍କର୍ମ ହୋଇଥିବା କଥା ପରିବାର ପକ୍ଷରୁ ଅଣାଯାଇଥିଲା ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଅମିତ କୁମାର ସେନ ନାମକ ସଂପୃକ୍ତ ଯୁବକଙ୍କୁ ଥାନାକୁ ଧରିଆଣିଥିଲା ।

ଏହି ଘଟଣାରେ ପୋଲିସ ଯୁବକଙ୍କୁ ପଚରାଉଚରା ପରେ ଜାଣିବାକୁ ପାଇଥିଲା ସେ ମୁଖ୍ୟ ଅଭିଯୁକ୍ତ ବୋଲି । ପରିବାର ଲୋକ ଏହି ଦୁଷ୍କର୍ମ ମାମଲାରେ ଧାରଣାରେ ବସିଥିଲେ । ପୋଲିସ ସେମାନଙ୍କୁ ଧାରଣାରୁ ଉଠିବା ପାଇଁ ବୁଝାଇସୁଝାଇ ଅଭିଯୁକ୍ତ ପାଇଁ ନୂଆ ଉପାୟ ଚିନ୍ତା କରିଥିଲା ।

ପୋଲିସ ପୀଡ଼ିତାଙ୍କ ସହ ଅଭିଯୁକ୍ତଙ୍କୁ ବିବାହ କରିବାକୁ ସ୍ଥିର କରିଥିଲା । ପୋଲିସ ବାପା ସାଜି ଥାନାଭିତରେ ନାବାଳିକାଙ୍କୁ କରିଥିଲା ବିବାହ । ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ବଦଳରେ ଏମିତି ଦେଇଥିଲା ଶିକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.