ପୋଲିସ୍ – ମାଓବାଦୀ ଗୁଳି ବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ
24/04/2020 at 4:51 PM

ବଲାଙ୍ଗୀର୨୪/୪: ବଲାଙ୍ଗୀର ଗନ୍ଧମାର୍ଦ୍ଧନ ପାହାଡ ନିକଟ ଚାନ୍ଦିଲି ପାହାଡରେ ପୋଲିସ ମାଓବାଦୀ ଗୁଳି ବିନିମୟ। ୧୦ ରୁ ୧୨ ରାଉଣ୍ଡ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ପୋଲିସର ପାଲଟା ଜବାବରେ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି। ଗନ୍ଧମାର୍ଦ୍ଧନ ପାହାଡରେ ଜୋରଦାର କମ୍ବିଙ୍ଗ ଅପରେସନ ଚାଲିଥିବା ସୂଚନା ଦେଲେ ବଲାଙ୍ଗୀର ଏସପି।

ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ ନିକଟରେ ଥିବା ଚାନ୍ଦିଲି ପାହାଡରେ ମାଓଙ୍କ ଉପସ୍ଥିତିରେ ଚାଲିଥିଲା ଜୋରଦାର ଲଢ଼େଇ। ପୋଲିସ କମ୍ବିଙ୍ଗ ଅପରେସନ୍ ବେଳେ ପୋଲିସ ଏବଂ ମାଓଙ୍କ ମଧ୍ୟରେ ଗୁଳିବିନିମୟ। କିଛି ମାଓବାଦି ଆହତ ହୋଇଥିବା ସୂଚନା ଦେଲେ ବଲାଙ୍ଗୀର ଏସପି ମଡକର ସନ୍ଦପ ସମ୍ପଦ। ଗତ ବୁଧବାର ଦିନ ଲାଠୋର ଥାନା ଅନ୍ତର୍ଗତ ଗନ୍ଧର୍ମାର୍ଦ୍ଧନ ପାହାଡ ପାଖରେ ଥିବା ଚାନ୍ଦିଲି ପାହାଡରେ କିଛି ମାଓ ଥିବା ସୂଚନା ପାଇଥିଲା ପୋଲିସ। ଏ ନେଇ ପାହାଡରେ ସର୍ଚ ଅପରେସନ ବେଳେ ବରଗଡ , ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ମାଓ ପକ୍ଷରୁ ଗୁଳି ଚଳାଇଥିଲେ ପୋଲିସ ଉପରକୁ ।

ପୋଲିସ ଏହାର ମାଲଟା ଜବାବ ଦେଇଥିଲା। ଦିର୍ଘ ୧୫ ମିନିଟ ପର୍ଯ୍ୟନ୍ତ ଗୁଳି ବିନିମୟ ପରେ ଛତ୍ରଭଙ୍ଗ କରିଥିଲେ ମାଓ। ତେବେ ଘଟଣାସ୍ଥଳରୁ ଦୁଇଟି ଅଫୁଟା ଗୁଳି, ରୋଷେଇ କରିବା କିଛି ସାମଗ୍ରୀ , ଖାଦ୍ୟପେୟ ସାମଗ୍ରୀ , ଦୁଇଟି ଗୁଲେଟ ଓ ମାଟି ଗୁଳି, କିଛି ବ୍ୟାଗ, ଓ ଜରିପାଳ ଜବତ କରିଛି ପୋଲିସ। ତେବେ ବରଗଡ ବଲାଙ୍ଗୀର ମହାସମୁନ୍ଦ ଡିଭିଜନର ଏ ମାଓ କ୍ୟାମ୍ପରୁ ଛତ୍ରଭଙ୍ଗ କରିଥିବା ମାଓଙ୍କ ବିଭିନ୍ନ ଚଳାପଥକୁ ସିଲ କରିବା ସହ କମ୍ବିଂ ଅପରୋସନକୁ ଆହୁରି ଜୋରଦାର କରିଛି ପୋଲିସ। ସିଆରପିଏଫ, ଏସଓଜି ଓ ପୋଲିସ ପକ୍ଷରୁ ଫୋର୍ସ ବଢାଇବା ସହ ଗନ୍ଧମାର୍ଦ୍ଧନ ପାହାଣେ କମ୍ବିଂକୁ କଡାକଡି କରାଯାଇଛି। ତେବେ ଏନେଇ ଆଗାମୀ ଦିନରେ ନିଶ୍ଚିତ ଭାବରେ ପୋଲିସକୁ ଆହୁରି ବଡ ସଫଳତା ମିଳିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି।