ପୋଲିସ-ମାଓବାଦୀ ଗୁଳି ବିନିମୟ ; ମାଓ କ୍ୟାମ୍ପ୍ ଉପରେ ଚଢାଉ, ଛତ୍ରଭଙ୍ଗ ଦେଲେ ମାଓବାଦୀ
14/03/2019 at 11:21 AM

କୋରପୁଟ ୧୪|୩ : କୋରାପୁଟ ପାଡୁଆ ଥାନା ହାତୀବାରି ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଡିଭିଏଫ୍, ଏସ୍ଓଜି ଏବଂ ଆନ୍ଧ୍ର ଗ୍ରୀନ୍ ହଣ୍ଟରର ମିଳିତ ଅପରେସନ ଜାରି ରହିଛି । ବିଳମ୍ବିତ ରାତିରେ ମାଓ କ୍ୟାମ୍ପ୍ ଉପରେ ଚଢାଉ ହୋଇଛି । ଯବାନଙ୍କ ପାଲଟା ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ହାତୀବାରି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।