Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ହୃଦୟ ଜିତିଲେ ପୋଲିସ୍‌ କର୍ମୀ, ବୃଦ୍ଧ ବ୍ୟକ୍ତିଙ୍କୁ ପିଠିରେ ଧରି ପାହାଡ଼ ଚଢ଼ି ପହଞ୍ଚାଇଲେ ଭ୍ୟାକ୍‌ସିନ୍‌ ସେଣ୍ଟର

5/07/2021 at 11:05 PM

ରେଆଜି, ୦୫/୦୭: ସୋସିଆଲ୍‌ ମିଡିଆ ହେଉଛି ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଥିରେ ଦେଶର ଯେଉଁ କୋଣର ଭିଡିଓ ହେଉ ବା ଫଟୋ ଏହା ଖୁବ୍‌ ଶିଘ୍ର ଲୋକ ଲୋଚନକୁ ଆସିବାରେ ବହୁତ ଅବଦାନ ରଖିଥାଏ । ସେହିଭଳି ଏକ ଭଲ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ଦିଆଯାଉଥିବା ଭ୍ୟାକ୍‌ସିନ୍‌ ନେବାରେ ଲୋକଙ୍କୁ ସାହାଯ୍ୟ କରୁଥିବା ଆଗଧାଡ଼ିର କରୋନା ଯୋଦ୍ଧାଙ୍କର ଏହି ଭିଡିଓଟି ଦେଖାଯାଉଛି ।

ଭିଡିଓଟିରେ ଜାମ୍ମୁ କାଶ୍ମୀରର ରେଆଜି ଜିଲ୍ଲାର ଜଣେ ପୋଲିସ୍ କର୍ମୀ ସମସ୍ତଙ୍କର ହୃଦୟ ଜିତି ଯାଇଛନ୍ତ । ତାଙ୍କର ନାମ ମୋହନ ସିଂହ । ସେ ନିଜର ଡ୍ୟୁଟି ସମୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଯାହଙ୍କର ନାମ ଅବ୍‌ଦୁଲ୍‌ ଗାନି ତାଙ୍କୁ ପିଠିରେ ଧରି ପାହାଡ଼ ଚଢ଼ୁଥିବା ଦେଖିବାକୁ ମିଳୁଛି । ବୃଦ୍ଧ ଜଣକ ପାହାଡ଼ ଚଢ଼ି ପାରୁନଥିବାରୁ ତାଙ୍କୁ ପିଠିରେ ଧରି ସେ ଭ୍ୟାକ୍‌ସିନ୍‌ ଦିଆଯାଉଥିବା ସେଣ୍ଟରକୁ ନେଇ ଯାଉଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି ।

ଏହି ଭିଡିଓଟିକୁ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଟ୍ୱିଟର୍‌ରେ ସେୟାର କରିଛନ୍ତି । ଯେଉଁଥିରେ ମହୋନ କାନ୍ଧରେ ବୋହି ବୃଦ୍ଧଙ୍କୁ ଭ୍ୟାକ୍‌ସିନ୍‌ ଦିଆଯାଉଥିବା ସ୍ଥାନକୁ ନେଉଛନ୍ତି । ସେ ଏହି ଭିଡିଓଟି ସେୟାର କରି ଲେଖିଛନ୍ତି ଯେ, ଆମର ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆମେ ଗର୍ବିତ, ରେଆଜି ଜିଲ୍ଲା ଏସ୍‌ପିଓ ମୋହନ ସିଂହଙ୍କ ପାଇଁ ଆମେ ଗର୍ବିତ । ଏଥି ସହିତ ସେ #IndiaFightsCorona. ବୋଲି ହାସ୍‌ ଟ୍ୟାଗ୍‌ ମଧ୍ୟ ଏଥିରେ ଦେଇଛନ୍ତି ।   

   Related Posts