Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

କର୍ମବୀର ଅର୍ଜୁନ: ପୁତ୍ରର ମୃତ୍ୟୁ ପରେ ପତ୍ନୀଙ୍କୁ ମଧ୍ୟ ସାକ୍ଷାତ କଲେନି, ଡ୍ୟୁଟୀକୁ ଫେରି ଆସିଲେ

11/04/2020 at 3:53 PM

ଡେରାଡୁନ, ୧୧|୦୪:  କରୋନା ମୁକାବିଲାରେ ସମସ୍ତ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି । କିନ୍ତୁ ପୋଲିସ ବିଭାଗରେ ମୁତୟନ ଥିବା କନଷ୍ଟେବଳ ଅର୍ଜୁନ ନିଜ ଡ୍ୟୁଟୀ ପାଇଁ ତ୍ୟାଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଗତ କିଛିଦିନ ହେବ ସେ ଘରକୁ ଫେରି ନାହାଁନ୍ତି । ଏପରିକି ତାଙ୍କ ପୁଅର ମୃତ୍ୟୁ ପରେ ମଧ୍ୟ କିଛି ସମୟ ପାଇଁ ସେ ଘରେ ପହଁଚିବା ପରେ ପୁଣି ଫେରିଯାଇ କାର୍ଯ୍ୟରେ ଯୋଗଦେଇଥିଲେ । ଏହି ସମୟରେ ପରିବାର ଲୋକ ଅର୍ଜୁନଙ୍କଠାରୁ ଦୂରରେ ରହି କଥା ହୋଇଥିଲେ । ଏହି ଘଟଣା ହିମାଚଳ ପ୍ରଦେଶର ସିରମୋରରେ ଦେଖିବାକୁ ମିଳିଛି ।

ସିରମୋରରେ କରୋନା ପଜିଟିଭ୍ ଥିବା ଜଣେ ଜମାତିକୁ କ୍ୱାରେଣ୍ଟାଇନ ଓ୍ୱାର୍ଡରେ ଛାଡିବା ପାଇଁ ଅର୍ଜୁନ ପୋଲିସ ଟିମ୍ ସହ ଯାଇଥିଲେ । ତାଙ୍କୁ ନାହନ ଛକରେ ଗାଡି ମଟର ଚଳାଚଳ ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା । ତାଙ୍କ ପତ୍ନୀ ମଧ୍ୟ ପୋଲିସ ବିଭାଗରେ ରହିଛନ୍ତି । ଗୁରୁବାର ତାଙ୍କ ପତ୍ନୀଙ୍କ ପ୍ରସବ ହୋଇଥିଲା । ନବଜାତକ ପୁତ୍ର କିଛି ସମୟ ପରେ ପ୍ରାଣ ହରାଇଥିଲା । କିନ୍ତୁ ଜମାତିଙ୍କ ସହ ଯାଇଥିବାରୁ ଅର୍ଜୁନ ନିଜ ପତ୍ନୀଙ୍କୁ ଦେଖାକରିବାକୁ ଯାଇପାରି ନଥିଲେ ।  ସେ ହସ୍ପିଟାଲ ବାହାରେ ରହି ପତ୍ନୀଙ୍କ ସହ କଥା ହୋଇଥିଲେ ।

ଶୁକ୍ରବାର ସେ କୋଲାର ସ୍ଥିତ ନଜ ଘରକୁ ଯାଇଥିଲେ । ମୃତଶିଶୁର ଶରୀରରେ ମାଟି ପକାଇ ସେ ପୁଣି ଡ୍ୟୁଟୀକୁ ଫେରି ଆସିଥିଲେ । ତାଙ୍କ ମା ଘରେ ଏକା ଥିବା ବେଳେ ପତ୍ନୀ ମଧ୍ୟ ଅସୁସ୍ଥ ଅଛନ୍ତି । ଗତବର୍ଷ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ।

   Related Posts