ମୁଖାପିନ୍ଧା ଖାକି ପିଇସା, ନାବାଳିକା ଝିଆରୀକୁ ବଳାତ୍କାର କରି ହେଲେ ଗିରଫ

Published By : Prameya-News7 Bureau | March 06, 2020 IST

ଭୁବନେଶ୍ୱର  ୦୬|୦୩:  ଖାକିରେ ଲାଗିଲା କଳଙ୍କ। ପିଇସା ଝିଆରୀର ସମ୍ପର୍କକୁ ଭୁଲିଲେ ଖାକି ବାବୁ। ନିଜ ନାବାଳିକା ଝିଆରୀକୁ ଦୁଷ୍କର୍ମ ମଧ୍ୟ କଲେ। ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି କମିଶନରେଟ ପୋଲିସର ଜଣେ ହାବିଲଦାରଙ୍କ ବିରୋଧରେ। ଅଭିଯୁକ୍ତ ହାବିଲଦାର ଜଣଙ୍କ କ୍ୟାପିଟାଲ ଥାନାରେ ଥାନାରେ କାର୍ଯ୍ୟ କରନ୍ତି। ଏବେ ତାଙ୍କୁ ଗିରଫ କରାଯାଇଛି। ତେବେ ଝିଅ ୫ ମାସର ଗର୍ଭବତୀ ଥିବା ନାବାଳିକାର ବାପା ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ବିଜୟ ସେଠୀନାମକ ଏହି ହାବିଲଦାର ପରିବାର ସହ ସତ୍ୟ ନଗରରେ ରୁହନ୍ତି। ଗତ ଅକ୍ଟୋବର ମାସରେ ତାଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଥିଲା। ତେବେ ପତ୍ନୀଙ୍କ ଦେଖାରଖା କରିବା ପାଇଁ କେହି ନଥିଲେ। ତେଣୁ ବିଜୟ ବାଣୀବିହାରରେ ରହୁଥିବା ତାଙ୍କ ଶଳାଙ୍କୁ ଏବାବଦରେ ଜଣାଇଥିଲେ। ଏହା ଶୁଣିବା ପରେ ଶଳା ପିଉସୀଙ୍କ ଦେଖାରଖା ପାଇଁ ତାଙ୍କ ଝିଅଙ୍କୁ ପଠାଇଥିଲେ। କିନ୍ତୁ ବିଜୟ ତାଙ୍କ ଝିଆରୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ। ଥରେ ଘରେ କେହି ନଥିବାର ସୁଯୋଗ ପାଇ ବିଜୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏପରିକି ଖାଦ୍ୟରେ ନିଶା ଔଷଧ ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଫଳରେ ନାବାଳିକାଟି ଗର୍ଭବତୀ ହୋଇଥିଲା।

ତେବେ ନାବାଳିକାଜଣଙ୍କ ନିଜ ଘରକୁ ଫେରିବା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଏ ବାବଦରେ ସେ ଅଭିଯୁକ୍ତ ବିଜୟଙ୍କୁ ଜଣାଇଥିଲେ। ବିଜୟ ତାଙ୍କୁ ଏକ କ୍ଲିନିକକୁ ନେଇ ଗର୍ଭ ନଷ୍ଟ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ। ଫଳରେ ନାବାଳିକାଜଣଙ୍କ ବାଧ୍ୟ ହୋଇ ନିଜ ଘରେ ଏ ବାବଦରେ ଜଣାଇଥିଲେ। ଏହାପରେ ତାଙ୍କ ପିତା ସହିଦ ନଗର ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଖାରବେଳ ନଗର ଥାନାକୁ ଜଣାଇଥିଲେ। ଏହା ପରେ ବିଜୟଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.