ପୋଲିସ-ମାଫିଆ ମଧୁଚନ୍ଦ୍ରିକା : ଲାଞ୍ଚ ଦେଲେ ମିଳିଯିବ ଜବତ ମଦ ! କନେଷ୍ଟବଳଙ୍କ ଅଡିଓ ଭାଇରାଲ

Published By : Prameya-News7 Bureau | October 29, 2021 IST

ପାଟଣା ୨୯/୧୦:   କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କାର୍ଯ୍ୟରତ୍ତ ଜଣେ କନେଷ୍ଟବଳଙ୍କ ଅଡିଓ ଭାଇରାଲ । ଖାକି ବାବୁ ମଦ ଜବତ ପରେ ଲାଞ୍ଚ ନେଇ ଉକ୍ତ ମଦକୁ ଫେରାଇଥିବାର  ଅଡିଓ ଭାଇରାଲ ହୋଇଛି । ମଧ୍ୟସ୍ଥି ଓ କନଷ୍ଟେବଳଙ୍କ ବାର୍ତ୍ତାଳାପର ଅଡିଓ କଲ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ପଦାରେ ପଡିଛି ପୋଲିସ ବିଭାଗର ଭିତିରି କଥା । ୩ ମିନିଟ ୫୧ ସେକେଣ୍ଡ ଓ ୩ ମିନିଟ ୩୭ ସେକେଣ୍ଡର ଦୁଇଟି ଅଡିଓ କଲ ଏବେ ଭାଇରାଲ ପରେ ଅଞ୍ଚଳରେ ପୋଲିସ ମଦ ବେପାରୀଙ୍କ ଠାରୁ  ଲାଞ୍ଜ ନେଇ ମଦ ଛାଡିବା ସହ ଅପରାଧୀଙ୍କୁ ମଧ୍ୟ ଛାଡିଦେଉଥିବା ଆଲୋଚନା ହେଉଛି । ଏପରିକି ଖାକି ବାବୁ ଅପରାଧ ଓ ମଦ ବିକ୍ରି ପାଇଁ ପ୍ରତ୍ସାହନ ଯୋଗାଉ ଥିବା ଚର୍ଚ୍ଚା ହେଉଛି।ମଧ୍ୟସ୍ଥି ଓ ପୋଲିସ କନେଷ୍ଟବଳ କଥାରୁ ଏପରି ଅନୁମାନ ହେଉଛି ଯେପରି ଆଉ କାହା କଥାରେ ଥାନା ଚାଲୁଛି।

wp:html /wp:html

ଅଡିଓରେ ଶୁଣିବାକୁ ମିଳିଛି ଯେ, ପାଟଣା ଥାନା ଅଞ୍ଚଳରେ ଜଣେ ଚୋରା ମଦ ବେପାରୀଙ୍କ ଘରେ ପୋଲିସ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୫ ହଜାର ଟଙ୍କା ପୋଲିସ କନେଷ୍ଟବଳକୁ ଦେଇଥିବା ଅଡିଓ କଲରୁ ଜଣା ପଡିବା ସହ ଜବତ ମଦକୁ ଫେରାଇ ଦିଅ ବୋଲି ମଧ୍ୟସ୍ଥି ଜଣଙ୍କ କନଷ୍ଟେବଳକୁ କହୁଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ମଦକୁ ଫେରାଇ ଦେବା କଥା କନଷ୍ଟେବଳ କହିଛନ୍ତି।

ପୋଲିସ ଓ ମଦ ବେପାରୀଙ୍କ ଅଡିଓ କଲ ଭାଇରାଲ ପରେ ପାଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।ଏବେ ଦୁର୍ନୀତି ନିବାରଣ ସପ୍ତାହ ଜାରି ରହିଥିବା ବେଳେ  ଦୁର୍ନୀତି ଗ୍ରସ୍ତ ଓ ଲାଞ୍ଚୁଆ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.