Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଥାନା ବାବୁ ଓ କନଷ୍ଟେବଳରୁ ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ : ସାହାଯ୍ୟ କରି ହଟହଟା ହେଲା ପୋଲିସ ! ଦେଖନ୍ତୁ ଭିଡିଓ

3/07/2021 at 10:05 AM

ଜୟପୁର, ୦୩|୦୭: ସାହାଯ୍ୟ କରିବାକୁ ଯାଇ ହଟହଟା ହେଲା ପୋଲିସ । ଗ୍ରାମବାସୀଙ୍କ ରୋଷର ହେଲା ଶିକାର । ଏପରିକି ଓଆଇସି ଓ କନଷ୍ଟେବଳଙ୍କୁ ଗୋଡାଇ ଗୋଡାଇ ଛେଚିଲେ ଲୋକେ । ଏପରି ଘଟଣା ଘଟିଛି । କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ,  କାକିରିଗୁମା ଥାନା ଓଆଇସି ଉଲ୍ଲାସ ରାଉତ ଏବଂ ତାଙ୍କର ଜଣେ ସହଯୋଗୀ କନଷ୍ଟେବଳଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ନିର୍ଦ୍ଧୁମ ଶହଶହ ମହିଳା ଓ ପୁରୁଷ ମାଡ ମାରିଛନ୍ତି ।  ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କାକିରୁଗୁମା ଥାନା ନିକଟରେ ଗୋଟିଏ ବାଇକ୍‌ ଓ ଟିପର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବ୍ୟକ୍ତି ଜଣଙ୍କ ହୁଏତ ବଞ୍ଚି ଯାଇ ପାରନ୍ତି ଭାବି ଓଆଇସି ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ପରିବାର ଓ ଗାଁ ଲୋକେ ଆସିବା ପୂର୍ବରୁ ଜାଣିଶୁଣି ରାସ୍ତାରୁ ମୃତ ବ୍ୟକ୍ତିଙ୍କୁ ପୋଲିସ ହଟାଇଦେଇଥିବା ଅଭିଯୋଗ କରି ତାତିଥିଲେ ଗାଁ ଲୋକେ । ପୋଲିସ ସହ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ ।ଘଟଣାସ୍ଥଳରେ ଏବେବି ଚାପା ଉତ୍ତେଜନା ଜାରି ରହିଛି ।ପୋଲିସ ଫୋର୍ସ ପହଁଚି ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ।

   Related Posts