ସାବତ ମାକୁ ଦୁଷ୍କର୍ମ ! ତା ପରେ ଲୁଟ୍: ଟେଲିଭିଜନ କଳାକାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

Published By : Prameya-News7 Bureau | January 22, 2021 IST

ମୁମ୍ବାଇ ୨୨।୦୧: ଟେଲିଭିଜନ କଳାକାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ନିଜ ୫୮ ବର୍ଷୀୟ ସାବତ ମାଙ୍କୁ ଦୁଷ୍କର୍ମ କରିବା ଏବଂ ଘରୁ ନଗଦ ଟଙ୍କା ଓ ଅଳଙ୍କାର ଚୋରି କରିବା ଅଭିଯୋଗରେ ମୁମ୍ବାଇର ଓଶିଓ୍ଵାରା ପୁଲିସ ୪୦ ବର୍ଷୀୟ ଟେଲିଭିଜନ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୁଲିସ ପୀଡିତା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ରହିଥିବା ସଂପତ୍ତି ବିବାଦର ତଦନ୍ତ କରୁଛି। ପୁଲିସ ଅନୁଯାୟୀ, ଅଭିଯୋଗକାରିଣୀ ମହିଳା ଅନ୍ଧେରୀ(ପଶ୍ଚିମ) ଲଖଣ୍ଡଓ୍ଵାଲା କମ୍ପ୍ଲେକ୍ସର ବାସିନ୍ଦା। ମହିଳା ଜଣକ ଅଭିଯୁକ୍ତ ଅଭିନେତାଙ୍କ ବାପାଙ୍କ ତୃତୀୟ ପତ୍ନୀ, ଯିଏ ଜଣେ ଟେଲିଭିଜନ ସିରିଏଲ ନିର୍ଦ୍ଦେଶକ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସେ ଏକା ଥିବା ସମୟରେ ତାଙ୍କ ସାବତ ପୁଅ ଘରକୁ ଆସି ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏଥିସହ ଆଲମାରୀରେ ଥିବା ତାଙ୍କ ସୁନାଗହଣା ଚୋରି କରି ନେଇ ଯାଇଛି।

ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ  ଏବଂ ଚୋରି କେସ୍ ରୁଜୁ କରିଛି। ଭାରତୀୟ ପେନାଲ କୋଡ୍‌ର ଧାରା ୩୭୬ ଓ ୩୮୦ ଆଧାରରେ କେସ୍ ରୁଜୁ ହୋଇଥିବା ଓଶିଓ୍ଵାରା ପୋଲିସ ଷ୍ଟେନସର ଜଣେ ଅଫିସର କହିଛନ୍ତି।

ହେଲେ ପୁଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ପୁଲିସ ମହିଳାଙ୍କ ଅଭିଯୋଗ ଉପରେ ଯାଞ୍ଚ କରୁଛନ୍ତି। ପୀଡିତା ଏବଂ ତାଙ୍କ ସ୍ଵାମୀ ଏବଂ ସାବତ ପୁଅ ମଧ୍ୟରେ ସଂପତ୍ତି ବିବାଦ ଥିବାରୁ ମହିଳାଙ୍କ ଅଭିଯୋଗର ଯାଞ୍ଚ କରାଯାଉଥିବା ପୁଲିସ କହିଛି।

ପୁଲିସ ଅନୁଯାୟୀ, ମହିଳା ରହୁଥିବା ଫ୍ଲାଟ୍‌ ଏବଂ ଅନ୍ଧେରୀରେ ଥିବା ୪ ଦୋକାନକୁ ନେଇ ବିବାଦ ରହିଛି। ତଦନ୍ତ ଜାରି ରହିଛି ଏବଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ ଆମେ ଅଭିଯୁକ୍ତଙ୍କୁ ଗିରଫ କରିପାରିବୁ ବୋଲି ଓଶିଓ୍ଵାରା ପୁଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ସଞ୍ଜୟ ବନ୍ଦଲେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.