Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦୀନବନ୍ଧୁ ମିଶ୍ର ଆତ୍ମହୁତି ଘଟଣା, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାମରେ ମାମଲା ରୁଜୁ ‌

21/04/2021 at 9:23 PM

ସମ୍ବଲପୁର ୨୧।୪: ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣାକୁ ନେଇ କୁଳପତି ବା ଭିସି ସଂଜୀବ ମିତ୍ତଲଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଭିସିଙ୍କ ସହିତ ଆଉ ଦୁଇଜଣ କର୍ମଚାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

ହଷ୍ଟେଲ୍‌ ୱାର୍ଡେନ ପ୍ରଫେସର୍‌ ବିଶ୍ୱଜିତ୍‌ ଶତପଥୀଙ୍କ ନାଁରେ ମାମଲା ହୋଇଛି । ଏଥିସହିତ ବିଶ୍ୱବିଦ୍ୟାଳୟର ପିଇଓ ଅବିନାଶ କରଙ୍କ ନାମରେ ମଧ୍ୟ ମାମଲା ହୋଇଛି । ଦିନବନ୍ଧୁଙ୍କ ପୁଅ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ମାମଲା ରୁଜୁ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର । ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ଅଧା ରାସ୍ତାରେ ମୃତ୍ୟୁ ହୋଇଥିଲା ।

ପରେ କ୍ଷତିପୂରଣ ଦାବିରେ ବିଶ୍ବବିଦ୍ୟାଳୟ ପରିସରରେ ପରିବାର ଓ ଅନ୍ୟ କର୍ମଚାରୀ ଧାରଣା ଦେଇଥିଲେ । ଭିସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଓ ମୃତକଙ୍କ ପୁଅକୁ ଚାକିରୀ ଦେବାକୁ ସେମାନେ ଦାବି କରିଥିଲେ ।

   Related Posts