ଅଭାବନୀୟ ! ପୋଲିସର ଭୁଲ ଯୋଗୁ ୧୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରୁମରେ ବନ୍ଦ ରହିଲେ ନାବାଳକ

Published By : Prameya-News7 Bureau | December 16, 2018 IST

ବଡ଼ବିଲ ୧୬/୧୨ : ଅଭାବନୀୟ ଘଟଣା । ପୋଲିସର ଭୁଲ ଯୋଗୁ ୧୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରୁମରେ ବନ୍ଦ ରହିଲେ ନାବାଳକ। କେନ୍ଦୁଝର ଜିଲ୍ଲା ଯୋଡାରେ ଏଭିଳି ଅମାନବୀୟ ଘଟଣା ଘଟିଛି। କୌଣସିଏକ ଅଭିଯୋଗର ତଦନ୍ତ ପାଇଁ ଯୋଡା ପୋଲିସର ମହିଳା ଇନ୍ସପେକ୍ଟର ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କ ସହ ହୁଡି ସାହିରେ ରହୁଥିବା ସାଗର ସାହୁ ନାମକ ଜଣେବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ରାତି ପ୍ରାୟ ୧୦ଟା ବେଳେ ସାଗରକୁ ଉଠେଇ ନେଇଥିଲା ପୋଲିସ। ସାଗରଙ୍କପତ୍ନୀଙ୍କୁ ବାହାର କରି ଘରେ ତାଲା ମାରିଦେଇଥିଲା। 

{"id":64373}

ଘର ଭିତରେ ବନ୍ଦ ହୋଇ ରହିଯାଇଥିଲା ୧୪ ବର୍ଷରଗୁରୁଚରଣ। ଆଜି ସକାଳେ ପଡିଶା ଲୋକେ ଗୁରୁଚରଣଙ୍କୁ ଝରକାବାଟେ କିଛି ଖାଇବାକୁ ଦେଇଥିଲେ। ନ୍ୟୁଜ୭ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଯୋଡା ଥାନା ଆଇଆଇସି ମନୋଜ କୁମାରଙ୍କୁ ଭେଟିଥିଲା।ଦିନ ୧୨ଟା ବେଳକୁ ନ୍ୟୁଜ୭ର ହସ୍ତକ୍ଷେପ  ପରେ ପୋଲିସରୁମର ତାଲା ଖୋଲିବାରୁ ଗୁରୁଚରଣ ବାହାରକୁ ଆସିଥିଲା। ପୋଲିସର ଚରମ ଅବହେଳା ପାଇଁ ୧୪ ବର୍ଷର ବାଳକକୁ୧୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଭୋକ ଉପାସରେ ରହିବାକୁ ପଡିଲା। ପୋଲିସ ଏହି ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନନେଉଛି ତାହା ଦେଖିବାକୁ ବାକି ରହିଲା। 

{"id":64374}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.