ଗେଷ୍ଟ ହାଉସରୁ ସେକ୍ସ ରାକେଟ ଠାବ କଲା ପୋଲିସ

Published By : Prameya-News7 Bureau | November 27, 2019 IST

ଜଗତସିଂହପୁର ୨୭।୧୧: ଜଗତସିଂହପୁରରେ ସେକ୍ସ ରାକେଟ ଠାବ । ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ରାକେଟ ଆଉ କେତେ ଜଣ ସାମିଲ ରହିଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି ।

{"id":190581,"sizeSlug":"large"}

ସୂଚନାଯୋଗ୍ୟ ଯେ , ସଦର ଥାନା ସିପି ଛକ ନିକଟରେ ଥିବା ଏକ ଘରୋଇ ଲଜ ଉପରେ ଆଜି ଜଗତସିଂହପୁର ପୋଲିସ ଆତର୍କିତ ଚଢ଼ାଉ କରି ଅସଂଯତ ଅବସ୍ଥାରେ ଥିବା ସାତ ଯୋଡ଼ା ଯୁବକ ଯୁବତୀଙ୍କୁ ଉଦ୍ଧାର କରିଛି ।  ଏଥି ସହିତ ପୋଲିସ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି । ଯୁବକ ଯୁବତୀ ମାନଙ୍କର ପରିଚୟ ମିଳି ପାରିନାହିଁ । ଏମାନେ ପେଷାଦାର ଦେହଜୀବୀ କି ନାଁ ସେ ବାବଦରେ ସ୍ପଷ୍ଟ ହୋଇ ପାରିନାହିଁ । ଯୁବତୀ ମାନଙ୍କ ମଧ୍ୟରେ ଜଣେ କଲେଜ ଛାତ୍ରୀ ଥିବାର ଜଣା ଯାଇଛି । ଦୀର୍ଘ ଦିନ ହେଲା ଜଗତସିଂହପୁର ସହରରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ ନାମକ ଏହି ଘରୋଇ ଲଜରେ ଦେହ ବ୍ୟବସାୟ ଚାଲିଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ପୋଲିସ ଏହା ଉପରେ ନଜର ରଖି ଥିଲା । ଆଜି ପୋଲିସ ଅଚାନକ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.