Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଅଜଣା ଶବକୁ ଅଧାପୋତା ଅବସ୍ଥାରେ ଛାଡି ଚାଲିଗଲା ପୋଲିସ

26/07/2020 at 2:32 PM

କରଞ୍ଜିଆ ୨୬।୭: ହଜିଗଲା ମାନବିକତା । ଅଜଣା ଶବକୁ ଅଧାପୋତା ଅବସ୍ଥାରେ ଛାଡି ଛାଡିଗଲା ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଡାଘାଗୁରି ଗ୍ରାମ ନିକଟରେ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ପୂର୍ବରୁ ଏକ ଅଜଣା ବୃଦ୍ଧଙ୍କ ଗଳିତ ଶବ କାଦଡିହା ଗ୍ରାମଜଙ୍ଗଲ ନିକଟରେ ପଡିଥିଲା । ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରୁ ଉକ୍ତ ଗଳିତ ଶବ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ସତ୍କାର କରିଥିଲା ପୋଲିସ । ହେଲେ ଏକ ଅଜଣା ଶବ ହୋଇଥିବାରୁ ତାକୁ କରଞ୍ଜିଆ ପୋଲିସ ଅସମ୍ନାନ କରିଥିବା ଅଭିଯୋଗ ହୋଇଛି । ଶବକୁ ସମ୍ମାନ ଜଣାଇ ସତ୍କାର କରିବା ବଦଳରେ ଏକ ପଲିଥିନ୍ ରେ ବାନ୍ଧି ଶହଶହ ଲୋକ ଯିବା ଆସିବା କରିବା ରାସ୍ତା କଡରେ ମାତ୍ର ଚାଖଣ୍ଡେ ଗାତ ଖୋଳି ଶବକୁ ସତ୍କାର କରିବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କିଛି ଦିନ ପୂର୍ବରୁ ଜଣେ ଭିନ୍ନକ୍ଷମ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କରି ମାନବିକତା ଦେଖାଇ ଥିବା  କରଞ୍ଜିଆ ପୋଲିସର ଏପରି କାର୍ଯ୍ୟକୁ ଜନସାଧାରଣ ନାପସନ୍ଦ କରିଛନ୍ତି । କରଞ୍ଜିଆ ପୋଲିସ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ କରୋନା ମହାମାରୀ ସମୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

   Related Posts