Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ପାକିସ୍ତାନରେ କରୋନା ଯୋଦ୍ଧାଙ୍କୁ ଏଭଳି ବ୍ୟବହାର : ପ୍ରୋଟେକ୍ଟିଭ୍ କିଟ୍ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କ ଉପରେ ଲାଠି ଚାର୍ଜ, ଅନେକ ଗିରଫ

11/04/2020 at 9:19 AM

ଇସଲାମାବାଦ ୧୧।୪: ପାକିସ୍ତାନରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଡାକ୍ତର ଏବଂ ପାରା ମେଡିକାଲ୍ କର୍ମଚାରୀମାନଙ୍କୁ ଯୋଗାଇ ଦିଆଯାଉନି ପ୍ରୋଟେକ୍ଟିଭ୍ କିଟ୍ । ଫଳରେ ଡାକ୍ତର ଏବଂ ପାରା ମେଡିକାଲ୍ କର୍ମଚାରୀମାନେ କ୍ବେଟାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଅନେକ ଡାକ୍ତରଙ୍କୁ ଗିରଫ କରାଯାଇଛି । ଏହାପରେ ଯୁବ ଡାକ୍ତର ସଂଘ ସମସ୍ତ ସେବାକୁ ବନ୍ଦ କରିଛି ।

କ୍ବେଟାରେ ଯୁବକ ଡାକ୍ତର ଏବଂ ପାରା-ମେଡିକାଲ କର୍ମଚାରୀମାନେ ପ୍ରୋଟେକ୍ଟିଭ୍ କିଟ୍ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନେ ସିଭିଲ୍ ହସ୍ପିଟାଲରୁ ମୁଖ୍ୟ ସଚିବାଳୟକୁ ଯାଇଥିଲେ । ଏହି ସମୟରେ ପୋଲିସ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ଉପରେ ଚାର୍ଜ କରିଥିଲା । ଏମିତିକି ବହୁ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ଏସଏସପିଙ୍କ ସୂଚନା ଅନୁଯାୟୀ, ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କକୁ ଧାରା ୧୪୪ ଉଲ୍ଲଂଘନ କରିବା ଅଭିଯୋଗରେ ଗିରଫ କରାଯାଇଛି । ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ ଗିରଫ କରାଯାଇ ବିଭିନ୍ନ ପୋଲିସ ଷ୍ଟେସନରେ ରଖାଯାଇଛି ।

ପୋଲିସର ଅଭିଯୋଗ ଏବଂ ଏହି ଗିରଫ ପରେ ଯୁବ ଡାକ୍ତର ସଂଘ ଏକ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସେବାକୁ ବନ୍ଦ କରାଯାଇଥିବା ଘୋଷଣା କରିଛି । ଯୁବ ଡାକ୍ତର ସଂଘର ସଭାପତି ଡକ୍ଟର ୟାସିର ଖାନ୍ କହିଛନ୍ତି ଯେ, ପୋଲିସ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ସହ ଅପରାଧୀମାନଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରିଛି । ସେମାନଙ୍କୁ ନିର୍ଯାତନା ଦିଆଯାଇଛି । ୧୫୦ ରୁ ଅଧିକ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ କାମ କରିବା କଷ୍ଟକର ହୋଇପଡିଛି । ସରକାର ଯାହା ବି କରୁଛନ୍ତି କରନ୍ତୁ । ଚାହିଁଲେ ଆମକୁ ଚାକିରିରୁ ହଟାଇ ଦିଅନ୍ତୁ । ଆମକୁ ଅପରାଧୀଙ୍କ ଭଳି ମାଡ ମରାଯାଇଛି । ବର୍ତ୍ତମାନ ଆମର ନିକଟରେ କିଛି ନାହିଁ । ଆମକୁ ସାମଗ୍ରୀ ଦିଆଯାଉ ନାହିଁ । ସରକାର କହୁଛନ୍ତି ଯେ ଆମେ ଚୀନ୍‌ରୁ ଡାକ୍ତରମାନଙ୍କୁ ଆଣିବୁ, ପ୍ରୋଟେକ୍ଟିଭ୍ କିଟ୍ ବିନା ଡାକ୍ତର ଏବଂ ସେମାନଙ୍କ ପରିବାରଲୋକଙ୍କ ଜୀବନ ବିପଦରେ ।

   Related Posts