କମିଶନରେଟ୍ ପୋଲିସ କବଜାରେ ବନ୍ଧୁକ ବେପାରୀ ଏବଂ ହତ୍ୟାକାରୀ…
17/03/2020 at 10:21 PM

ଭୁବନେଶ୍ବର୧୭/୩: କମିଶନରେଟ୍ ପୋଲିସକୁ ମିଳିଛି ସଫଳତା। ଭୁବନେଶ୍ବର ଉପକଣ୍ଠ ସରକନ୍ତରା ଅନୀଲ ହତ୍ୟା ଘଟଣାରେ ପୋଲିସ କବଜାରେ ମୁଖ୍ୟ ଅଭିଯୁକ୍ତ ରାଜା ବିଶୋଇ। ତାକୁ ବାଲୁଙ୍ଗା ଅଞ୍ଚଳରୁ ଖଣ୍ଡଗିରି ପୋଲିସ ଗିରଫ କରିଛି। ତା ନିକଟରୁ ଗୋଟିଏ ପିସ୍ତଲ ଓ ମାଗାଜିନ ଜବତ ମଧ୍ୟ ହୋଇଛି। ସେପଟେ ରାଜଧାନୀରୁ ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।
କମିଶନରେଟ ପୋଲିସ କବଜାରେ ବନ୍ଧୁକ ବେପାରୀ । କନ୍ଧମାଳ ଜିଲ୍ଲା ଡୁଙ୍ଗୁରୀବାଡି ଗାଁର ପିଙ୍କୁ ଦିଗାଲକୁ ଗିରଫ କରିଛି କମିଶନରେଟ ପୋଲିସ। ବିହାର ମୁଙ୍ଗେରରୁ ପିସ୍ତଲ ଆଣି ଭୁବନେଶ୍ବର ବୁଦ୍ଧ ପାର୍କ ଅଞ୍ଚଳରେ ବିକ୍ରି କରୁଥିଲା ପିଙ୍କୁ ଦିଗାଲ। ତେବେ ଗ୍ରାହକ ହିସାବରେ ଯାଇ ପିଙ୍କୁକୁ ଗିରଫ କରିଛି ପୋଲିସ । ତା ନିକଟରୁ ଗୋଟିଏ ନାଇନ୍ ଏମ୍ ଏମ୍ ପିସ୍ତ ସହ ଗୋଟିଏ ରିଭଲଭର, ୨ ଟି ଗୁଳି, ୭ଟି ଖାଲି ଖୋକା, ମାବାଇଲ୍ ଫୋନ ଏବଂ ଗୋଟିଏ ପଲସର ବାଇକ୍ ଜବତ କରିଛି ପୋଲିସ। କେତେଦିନ ହେଲା ପିଣ୍ଟୁ ଏହି ଚୋରା ବନ୍ଧୁକ କାରାବାର ଚଳାଉଥିଲା। କାହାକୁ କାହାକୁ ପିସ୍ତଲ ବିକ୍ରି କରିଛି। ତା ସହିତ ଆଉ କିଏ ଏହି ନେଟୱାର୍କରେ ସାମିଲ ଅଛନ୍ତି ତାର ଖୋଳତାଡ କରୁଛି ପୋଲିସ ।
ସେପଟେ ସରକନ୍ତରା ଗୁଳୁମାଡ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଗିରଫ । ବାଲୁଗାଁ ଅଞ୍ଚଳରୁ ରାଜା ବିଶୋଇକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ରାଜା ନିକଟରୁ ଗୋଟିଏ ପିସ୍ତଲ ଓ ମାଗାଜିନ୍ ଜବତ ହୋଇଛି । ପୂର୍ବରୁ ଏହି ଘଟଣାରେ ପୋଲିସ ଦୁଇ ଜଙ୍କୁ ଗିରଫ କରିସାରିଛି । ଗତ ଅକ୍ଟୋବର ୭ ତାରିଖରେ ସରକନ୍ତରା ଗାଁ ମୁଣ୍ଡରେ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଅନିଲ ଜେନା ଓ ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କୁ ଗୁଳି କରିଥିଲେ ।
ଘଟଣାସ୍ଥଳରେ ଅନୀଲର ମୃତ୍ୟୁ ହୋଇଥିବା ବେଳେ ବାପା ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତଦନ୍ତ କରି ଅକ୍ଟୋବର ୨୪ ତାରିଖରେ ପୁଲକ ହାତି, ଆଲୋକ ପ୍ରଧାନ ଓ ଚିତ୍ତ ପରିଜାକୁ ଗିରଫ କରିଥିଲା ପୋଲିସ । ପରେ ଡିସେମ୍ବର ୧୨ରେ ବାପି ଓରଫ ଭରତ ସାହୁ ଓ ହାପି ଓରଫ ଦୁର୍ଗା ସାହୁ ପୋଲିସ କବଜାକୁ ଆସିଥିଲେ । ଆଉ ଏବେ ରାଜା ବିଶୋଇକୁ ଗିରଫ କରିବା ସହ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ ।