Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପ୍ରଦୀପ ମହାରଥୀ ଓ ନୀଳମଣି ବିଷୋଇଙ୍କ ପରେ ଏବେ ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କ ପାଳି, ବାନ୍ଧିବାକୁ ଖୋଜୁଛି ପୋଲିସ, ବିଜେପି କହିଲା ତାଙ୍କ ପ୍ରାର୍ଥୀ ଭାଙ୍ଗିନାହାନ୍ତି ଇଭିଏମ

24/04/2019 at 8:37 PM

ଭୁବନେଶ୍ବର୨୪|୪; ବୁଥରେ ପଶି ଇଭିଏମ ଭାଙ୍ଗିବା ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ଅଭିଯୋଗରେ ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ । ଆଜି ପୁରୀ, ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ ।  ସେପଟେ ଗିରଫ ହୋଇଥିବା ପ୍ରଦୀପ ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚିଛି ।

ସଞ୍ଜମତା ହରାଇ ସଙ୍କଟରେ ପ୍ରାର୍ଥୀ । ନୀଳମଣି ଓ ମହାରଥୀଙ୍କ ପରେ ଏବେ ଓମ୍‌ପ୍ରକାଶ । ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ୍ । ଇଭିଏମ ଭାଙ୍ଗିବା ଅଭିଯୋଗ ପରେ ଓମ୍ ପ୍ରକାଶ । ପୁରୀରୁ ଭୁବନେଶ୍ୱର, କଟକ ସବୁଠି ଚାଲିଛି ପୋଲିସର ଘନ ଘନ ସର୍ଚ୍ଚ ଅପରେସନ ।

ଗତକାଲି କଣାସ ବ୍ଲକର ବୀରକେଶରପୁରର ୭୮ ନମ୍ବର ବୁଥରେ ହିଂସାର ଅଭିଯୋଗ ଆସିଥିଲା । ଗଡ଼ିଶାଗୋଦା ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଓମ୍ ଓ ତାଙ୍କ ସହଯୋଗୀ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏ ସମୟରେ ସେମାନଙ୍କ ନିକଟରେ ଏକ ମାଉଜର ବି ଥିବା ଅଭିଯୋଗ ହୋଇଛି ।

ଏହାକୁ ଆଧାର କରି ଓମଙ୍କ ସମେତ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ୨ ସହଯୋଗୀ ଅଟକ ଥିବା ବେଳେ ଓମଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ୪ଟି ସ୍ୱତନ୍ତ୍ର ଟିମ୍ ।ସେପଟେ ଆଜି ପୁରୀରେ ଜିଲ୍ଲା ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଓମ୍‌ ପ୍ରକାଶ ଇଭିଏମ ଭାଙ୍ଗି ନାହାନ୍ତି । ବୁଥ ଭିଜରୁ ଯେଉଁ ମାଉଜର ମିଳିଥିବା କୁହାଯାଉଛି ତାହା ଓମ ପ୍ରକାଶଙ୍କ ଲାଇସେନ୍ସ ପ୍ରାପ୍ତ ମାଉଜର । ପୋଲିସ କାହାର ଚାପରେ ଏଭଳି ମାମଲା ରୁଜ୍ଜୁ କରିଛି । ସେପଟେ ଗିରଫ ହୋଇଥିବା ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଅଡ଼ୁଆ ଆହୁରି ବଢିଛି । ଭୋଟ୍‌ ତ ଦେଇପାରିଲେନି, ହାଜତ ମିଆଦ ଆହୁରି ବଢ଼ିଲାଣି।  ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନି ।

ଭୁବନେଶ୍ୱର ସ୍ପେଶାଲ କୋର୍ଟଙ୍କ ଏଡିଜେ ୩ ଶୁଣାଣି ଲାଗି ପୋଲିସର କେସ୍ ଡାଏରୀ ଓ ଆହତଙ୍କ ମେଡିକାଲ ରିପୋର୍ଟ ଦେଖିବାକୁ ଚାହିଁଥିଲେ । ତେବେ ନିର୍ବାଚନ ଡ୍ୟୁଟି ଲାଗି କେସ୍ ଡାଏରୀ ପ୍ରସ୍ତୁତ ହୋଇ ନ ଥିବା ଜଣାଇଥିଲା ପୋଲିସ । ଏଥିଲାଗି ଅଧିକ ୨ ଦିନ ସମୟ ମାଗିଛି ପୋଲିସ । କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି ଜାମିନ ଆବେଦନର ଶୁଣାଣି ଆସନ୍ତା ୨୭କୁ ଘୁଞ୍ଚାଇ ଦେଇଛନ୍ତି ।

ପୂର୍ବରୁ ଇଭିଏମ ଭାଙ୍ଗି ଜେଲ୍ ଯାଇ ସାରିଛନ୍ତି ସୋରଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇ । ଇଲେକ୍ସନ ସ୍କ୍ବାର୍ଡ ଉପରକୁ ଆକ୍ରମଣ ମାମଲାରେ ପ୍ରଦୀପ ମହାରଥୀ ବି ଗିରଫ ହୋଇଛନ୍ତି । ଆଉ ଏବେ ସେହି ରାସ୍ତାରେ ଓମ୍ ।

   Related Posts