ଧାମନଗରରେ ରହସ୍ୟଜନକ ଭାବେ ନାବାଳିକା ମୃତ୍ୟୁ ଘଟଣା- ସନ୍ଦେହ ଘେରରେ ପୁଲିସ ଭୂମିକା

Published By : Prameya-News7 Bureau | November 05, 2019 IST

ଭଦ୍ରକ ୦୫।୧୧- ଭଦ୍ରକ ଧାମନଗରରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ମଙ୍ଗଳପୁର ଥାନା ଅଞ୍ଚଳର ନାବାଳିକାଙ୍କ ମୃତ୍ୟୁ ଘଟଣା ଉପରୁ ଏ ପର୍ଯ୍ୟନ୍ତ ପର୍ଦ୍ଦା ହଟି ନ ଥିବା ବେଳେ ଭଦ୍ରକ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି ।ଭଦ୍ରକ ପୋଲିସ ଏହି ମାମଲାର ତଦନ୍ତ କରିବାକୁ ପଛଘୁଞ୍ଚା ଦେଉଥିବା ନେଇ ଅଭିଯୋଗ ହୋଇଛି । ନାବାଳିକାଙ୍କ ମୃତ୍ୟୁ ପାଇଁ ଦାୟୀ ୨ ଜଣ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଧରା ପଡ଼ିନାହାନ୍ତି ।

{"id":179639}

ମୁମୁର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର ହେବାପରେ ହସ୍ପିଟାଲରେ ମୃତ୍ୟୁ ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ କିମ୍ବା ତାର ସହଯୋଗୀକୁ ଗିରଫ କରି ପାରିନାହିଁ । ସ୍ମିତାରାଣୀ ମାମଲା ଓ କେନ୍ଦ୍ରାପଡ଼ା କୋଅପରେଟିଭ ଯୌନ ନିର୍ଯାତନା ମାମଲାରେ ଯାଜପୁର ଓ କେନ୍ଦ୍ରାପଡା ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଥିବା ବେଳେ ଏବେ ଭଦ୍ରକ ପୋଲିସର କାର୍ଯ୍ୟକଳାପ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଭଦ୍ରକ ଏସ୍‌ପି ପ୍ରଥମେ ଏହି ମାମଲାକୁ ଯାଜପୁର ଜିଲ୍ଲାର କହି ନିଜେ ମୁଣ୍ଡରୁ ହଟେଇ ଦେଇଥିଲେ।

{"id":179640}

କିନ୍ତୁ ସ୍ଥାନୀୟ ଲୋକ ଏନେଇ ପୂର୍ବାଞ୍ଚଳ ଆଇଜିଙ୍କୁ ଟ୍ବିଟ୍ କରିଥିଲେ ।ପୂର୍ବାଞ୍ଚଳ ଆଇଜି ଭଦ୍ରକ ଏସ୍‌ପିଙ୍କୁ ଘଟଣାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଭଦ୍ରକ ଏସ୍‌ପି ପୁଣି ଥରେ ଟ୍ବିଟ୍ କରିଛନ୍ତି ଯେ ନଭେମ୍ବର ୨ ତାରିଖରେ ଯାଜପୁର ମଙ୍ଗଳପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା । ପୋଲିସ ଟ୍ବିଟରରେ ଦୋଷ ଝାଡୁଥିବା ବେଳେ ମୃତ ନାବାଳିକାର ବାପା ଏନେଇ ନଭେମ୍ବର ୩ ତାରିଖରେ ଏତଲା ଦେଇଛନ୍ତି ।କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କ ସହିତ ଯୋଗାଯୋଗ କରିନାହିଁ କିମ୍ବା ମାମଲାର ତଦନ୍ତ ଆଗଉନାହିଁ ବୋଲି କହିଛନ୍ତି ।…

{"id":179641}

ଏହିମାମଲାରେ ଯାଜପୁର ମଙ୍ଗଳପୁର ପୋଲିସ ମୁଖ୍ୟ ଅଭିଯୁକ୍ତର ୨ ଜଣ ସହଯୋଗୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବଂ ତାର ଜଣେ ସହଯୋଗୀ ଏବେବି ଫେରାର ଅଛନ୍ତି । ଭଦ୍ରକ ପୋଲିସ ତଦନ୍ତ କରୁ କି ଯାଜପୁର ପୋଲିସ କିନ୍ତୁ ଅଭିଯୁକ୍ତକୁ ଧରିବାରେ ପୋଲିସ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହିଁ ସାଂଘାତିକ।

{"id":179642}

 ମୁଖ୍ୟ ଅଭିଯୁକ୍ତ ସେକ୍‌ ନନ୍‌ ଏବଂ ତାର ଅନ୍ୟ ଜଣେ ସହଯୋଗୀ ଏବେବି ଫେରାର ଅଛନ୍ତି । ଭଦ୍ରକ ଧାମନଗର ପୋଲିସ ହବିବ ନଗର ଅଞ୍ଚଳରୁ ସହଯୋଗୀ ଗୋଲାମ୍‌ ଗସ୍‌କୁ ଅଟକ ରଖି ଯାଜପୁର ମଙ୍ଗଳପୁର ପୋଲିସକୁ ହସ୍ତାନ୍ତର କରିଛି ।ତେବେ ପ୍ରଶ୍ନ କେତେଜଣ ଏହି ଘଟଣାରେ ସଂପୃକ୍ତ ? କେଉଁ ପରିସ୍ଥିତିରେ ନାବାଳିକାଙ୍କର ମୃତ୍ୟୁ ଘଟିଲା ।

{"id":179643}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.