Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକ ସିରିଜ ମର୍ଡର ଘଟଣାର ଅଭିଯୁକ୍ତ କୁହାଯାଉଥିବା ନାରାୟଣ ମାନସିକ ରୋଗୀ କି ନାହିଁ ସ୍ପଷ୍ଟ କରୁନି ପୋଲିସ, ରାଜରାସ୍ତାକୁ ଓହ୍ଲାଇଲା ବିଜେପି

1/08/2019 at 5:56 PM

କଟକ୧|୮:କଟକ ସିରିଏଲ୍‌ ମର୍ଡ଼ର ଘଟରାରେ ନୟାଗଡ଼ର ନାରାୟଣ ସାହୁଙ୍କୁ ଗିରଫ କରିଛି ପୋଲିସ । ହେଲେ ନାରାୟଣ ଜଣେ ମାନସିକ ରୋଗୀ କି ନାହିଁ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ପୋଲିସ । ସେପଟେ ବେପାରରେ କ୍ଷତି ପରେ ନାରାୟଣ ମାନସିକ ସନ୍ତୁଳନ ହରାଇଥିବା ଅଭିଯୋଗ କରିଛନ୍ତି ନାରାୟଣଙ୍କ ପରିବାର ଲୋକ । ଯଦି ନାରାୟଣ ଜଣେ ମାନସିକ ରୋଗୀ ହୋଇଥାନ୍ତି ତାହେଲେ ତାଙ୍କ ବିରୋଧରେ ଦଣ୍ଡବିଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ । ସେପଟେ ଜଣେ ମାନସିକ ରୋଗୀଙ୍କୁ କେଉଁ ଆଧାରରେ ପୋଲିସ ଅଭିଯୁକ୍ତ ଦର୍ଶାଇଛି ତାକୁ ନେଇ ଆଜି କଟକରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି । ….

ରହସ୍ୟମୟ ହୋଇ ଉଠିଥିଲା କଟକ ସିରିଏଲ୍‌ ମର୍ଡ଼ର ଘଟଣା । ଏବେ ଏହି ଘଟଣାରେ ଅଭିଯୁକ୍ତ ଭାବେ ନାରାୟଣ ସାହୁ ଗିରଫ ପରେ ମଧ୍ୟ ପୂରା ରହସ୍ୟ ଉପରୁ ପରଦା ହଟିପାରିନି । ଅଭିଯୁକ୍ତ ନାରାୟଣ ସାହୁଙ୍କ ପରିବାର ଓ ଗ୍ରାମବାସୀ ନାରାୟଣଙ୍କୁ ନିର୍ଦୋଷ କହୁଥିବା ବେଳେ ପୋଲିସ କିନ୍ତୁ ତାଙ୍କ ବିରୋଧରେ କୋର୍ଟରେ ପ୍ରମାଣ ରଖିବାକୁ ଦମ୍ଭ ଦେଖାଇଛି ।

ୟାରି ଭିତରେ ନାରାୟଣ ଜଣେ ମାନସିକ ରୋଗୀ କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରୁନି ପୋଲିସ । ଯଦି ନାରାୟଣଙ୍କ ପରିବାରର ଅଭିଯୋଗ ଅନୁସାରେ ନାରାୟଣ ଜଣେ ମାନସିକ ରୋଗି ହୋଇଥାନ୍ତି ତାହେଲେ ତାଙ୍କ ବିରୋଧରେ ଦଣ୍ଡ ବିଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।

ସେପଟେ ଜଣେ ମାନସିକ ରୋଗୀଙ୍କୁ କେଉଁ ଆଧାରରେ ପୋଲିସ ଅଭିଯୁକ୍ତ ଦର୍ଶାଇଛି ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଆଇନଶୃଙ୍ଖଳା ପରିସ୍ଥିତି, ମର୍ଡ଼ର ମିଷ୍ଟ୍ରିର ରହସ୍ୟ ଭେଦ କରିବାରେ ପୋଲିସର ବିଫଳତା ପ୍ରତିବାଦରେ ଗୁରୁବାର ରାସ୍ତାକୁ ଓହ୍ଲାଇଥିଲା ଦଳ ।

ବିଧାନସଭା ଚାଲିଥିବା ବେଳେ କଟକରେ ୨୪ଘଣ୍ଟାରେ ତିନି ତିନିଟି ମର୍ଡ଼ର ପୋଲିସର ନିଦ ହଜାଇଦେଇଥିଲା । ୭ଦିନର କସରତ ପରେ ନୟାଗଡ଼ରୁ ନାରାୟଣ ସାହୁଙ୍କୁ ସଂଦେହରେ ଉଠାଇଥିଲା ପୋଲିସ । ଆଉ ଉଠାଇଆଣିବାର ୩ଦିନ ପରେ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି ।

   Related Posts