ସମ୍ବଲପୁର/ ଭଦ୍ରକ୧୩|୪: କାଲି ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ପାଳନ କରାଯିବ । ପ୍ରତିବର୍ଷ ହନୁମାନ ଜୟନ୍ତୀରେ ବିଶାଳ ଶୋଭାଯାତ୍ରା ସାଙ୍ଗକୁ, ଆଖଡା ଖେଳ ଓ ଖଣ୍ଡାଖେଳ ଅନୁଷ୍ଠିତ ହୋଇଥାଏ । ତେବେ ଚଳିତବର୍ଷ ନିର୍ବାଚନ ଥିବାରୁ, ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବହୁ କଟକଣା ଲାଗୁ କରାଯାଇଛି । ତଥାପି ହନୁମାନ ଜୟନ୍ତୀକୁ ମହାସମାରୋହରେ ପାଳନ କରିବା ପାଇଁ, ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସେପଟେ ଆଜି ରାମନବମୀ ପାଇଁ ଭଦ୍ରକ ସହର ଚଳଚଞ୍ଚଳ । ସୁରକ୍ଷା ଦୃଷ୍ଟିରୁ ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ...
{"id":103234}ରାତି ପାହିଲେ ପାଳନ ହେବ ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ମହୋତ୍ସବ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସହରର ୨୨ଟି ସ୍ଥାନରୁ ହନୁମାନଙ୍କ ଭବ୍ୟ ଶୋଭାଯାତ୍ରା ବାହାରି, ଜିଲ୍ଲା ସ୍କୁଲ୍ ଛକରେ ଏକାଠି ହେବା ପରେ ସହର ପରିକ୍ରମା କରିବ । ତେଣୁ ଆଜିଠାରୁ ସାରା ସମ୍ବଲପୁର ସହର ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ସ୍ଥାନରେ ମହିଳାଙ୍କ ଶୋଭାଯାତ୍ରା, ବାଇକ୍ ରାଲି, ହନୁମାନଙ୍କ ବେଶ ଶୋଭାଯାତ୍ରା ବାହାରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ।
{"id":103235}ଆସନ୍ତାକାଲି ରାତିରେ ହେବାକୁ ଥିବା ମୁଖ୍ୟ ଶୋଭାଯାତ୍ରାରେ ସାମିଲ୍ ହେବାକୁ ସମସ୍ତଙ୍କୁ ନିବେଦନ କରିଛି ହନୁମାନ ଜୟନ୍ତୀ ସମନ୍ବୟ ସମିତି । ତେବେ ଆଖଡା ଖେଳ ଓ ଖଣ୍ଡଖେଳକୁ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ରାତି ୧୦ଟା ସୁଦ୍ଧା ଶୋଭାଯାତ୍ରା ଶେଷ କରାଯିବ ସହ ଏହା ପରେ ମାଇକ୍, ଡିଜେର ବ୍ୟବହାର ନକରିବାକୁ ପ୍ରଶାସନ ନିବେଦନ କରିଛି । ଭୋଟ୍ ଆଗକୁ ଥିବାରୁ ସବୁ ରାଜନୈତିକ ଦଳର ନଜର ହନୁମାନ ଜୟନ୍ତୀ ଉପରେ ରହିଛି । ତେବେ ଧାର୍ମିକ ପର୍ବକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କଲେ ସମିତି ବିରୋଧ କରିବ ବୋଲି କହିଛି
{"id":103236}ସେପଟେ ରାମନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ । ସବୁଠି ଗେରୁଆ ପତାକା ଏବଂ ଶ୍ରୀରାମଙ୍କ ଧ୍ବନି । ଗାନ୍ଧୀ ପଡ଼ିଆରେ ଶ୍ରୀରାମଙ୍କ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଅପରାହ୍ନରେ ନଗର ସଂକୀର୍ତ୍ତନ କରାଯାଇଛି । ସହରର ବିଭିନ୍ନ ସ୍ଥାନରୁ ଷାଠିଏରୁ ଅଧିକ ରାମ ମେଢ଼ ବାହାରି ସହର ପରିକ୍ରମା କରିବ । ତେବେ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ସହର ଏବେ ପୋଲିସ ଛାଉଣିରେ ପରିଣତ ହୋଇଛି ।
{"id":103237}ଶାନ୍ତି ଓ ଧର୍ମୀୟ ଭାବନା ନେଇ ହନୁମାନ ଜୟନ୍ତୀ ପାଳନ କରାଯାଉଥିବାରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନାହିଁ । ସମ୍ବଲୁପରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩୦ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବା ସହ, ବ୍ୟାପକ ପାଟ୍ରୋଲିଂ କରାଯାଉଛି...
{"id":103238}