ବେପରୁଆ ସୋର ପୋଲିସ : ନିଖୋଜ ମହିଳାଙ୍କୁ ନଖୋଜି ରୁଜୁ କରିଛି ହତ୍ୟା ମାମଲା, ଗିରଫ ଭୟରେ ସ୍ବାମୀ ଓ ସଂପର୍କୀୟ ଫେରାର

Published By : Prameya-News7 Bureau | February 07, 2020 IST

ସୋର ୭।୨: ସୋର ପୋଲିସର ବିବାଦ ଥମିବାରେ ନାଁ ଧରୁନି । ମାସେ ତଳେ ଜଣେ ନିର୍ଦ୍ଦୋଶ ଯୁବକଙ୍କୁ ଡକାୟତି ମାମଲାରେ ଗିରଫ କରି ଜଣେ ଏଏସଆଇ ନିଲମ୍ବିତ ହୋଇଥିଲେ । ତାପରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିଥିଲା ପୋଲିସ ବିରୋଧରେ । ଏବେ ପୁଣି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଜଣେ ମହିଳା ଜୀବିତ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ପୋଲିସ ମାମଲା ରୁଜୁ କରିଥିବାରୁ, ସଂପୃକ୍ତ ମହିଳାଙ୍କ ସ୍ବାମୀ ଓ ସ୍ବାମୀଙ୍କ ଭିଣୋଇ ଫେରାର ଏବଂ ଶାଶୁ ସର୍ଟ ଷ୍ଟେ ହୋମରେ ଅଟକ । ତେବେ ମହିଳା ନିଖୋଜ ଥିବାବେଳେ ପୋଲିସ ନିଖୋଜ ମାମଲା ରୁଜୁ ନକରି ହତ୍ୟା ମାମଲା ରୁଜୁ କରିଥିବାରୁ ତାହା ମହିଳାଙ୍କ ପରିବାରକୁ ହରଡଘଣାରେ ପକାଇଛି ।

{"id":221437,"sizeSlug":"large"}

ବାଲେଶ୍ବର ଜିଲ୍ଲା ସୋର ଥାନା ଅଠିଳାବାଜ ଗ୍ରାମର ଜଣେ ବିବାହିତା ମହିଳା ନିଖୋଜ ହୋଇଯିବା ପରେ ମହିଳାଙ୍କ ବାପଘର ପକ୍ଷରୁ ସୋର ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା । ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସ କୁକୁର ସହାୟତାରେ ଛାନଭିନ କରିଥିଲା । ଛାନଭିନ୍ ପରେ ପୋଲିସ ୩୦୨ ଦଫା ଲଗାଇ ମହିଳାଙ୍କ ଶାଶୁଙ୍କୁ ନଜରବନ୍ଦୀରେ ସର୍ଟ ଷ୍ଟେ ହୋମରେ ରଖିଥିଲା । ତେବେ ନିଖୋଜ ମହିଳା ଜଣଙ୍କ ନିକଟରେ ସୋର କୋର୍ଟକୁ ଆସିଥିଲେ ବି ହାଜର ହୋଇନଥିଲେ । ଅନ୍ୟପକ୍ଷରେ ଏହି ଘଟଣା ପ୍ରେମ ସଂପର୍କଜନିତ ବୋଲି ଜଣାପଡିଛି । ଗୋଟିଏ ସନ୍ତାନର ମା ସଂପୃକ୍ତ ମହିଳା ଅନ୍ୟ ଜଣଙ୍କୁ ପ୍ରେମ ବିବାହ କରିବାକୁ ଚାହୁଁଥିବା ଏବଂ ସେଥିପାଇଁ ସ୍ବାମୀଙ୍କ ଘର ଛାଡିଥିବା ଜଣାଯାଇଛି । ଏପରିକି ପ୍ରଥମ ସ୍ବାମୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ସେ ଚାହୁଁଥିବା ଓ ବିବାଦର ସମାଧାନ କରିବାକୁ ଇଚ୍ଛା କରୁଥିବା ଶୁଣିବାକୁ ମିଳୁଛି ।

{"id":221438,"sizeSlug":"large"}

ଅନ୍ୟପକ୍ଷରେ ଘଟଣାରେ ଯଥାର୍ଥ ତଦନ୍ତ ନକରି, ନିଖୋଜ ମହିଳାଙ୍କ ସଂପର୍କରେ ଖୋଳତାଡ ନକରି କିମ୍ବା ହତ୍ୟାର କିଛି ପ୍ରମାଣ ନଥାଇ ମଧ୍ୟ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ଗୁରୁତର ସ୍ଥିତ ସୃଷ୍ଟି କରିଛି । ଗୋଟିଏ ପରିବାର ଗିରଫ ଭୟରେ ଭୟଭୀତ ଅବସ୍ଥାରେ ଅଛନ୍ତି। ପରିବାରର ତିନି ସଦସ୍ୟ ଉଚ୍ଚ ନ୍ୟାୟଳୟରେ ଜାମିନ ଅବେଦନ କରି ଗିରଫ ଭୟରେ ଫେରାର ହୋଇଯାଇଛନ୍ତି । ପୋଲିସର ଭୂମିକା ନେଇ ପ୍ରଶ୍ନ ଛିଡା ହୋଇଥିବା ବେଳେ ଅଭିଯୋଗର ସତ୍ୟାସତ୍ୟ ନବୁଝି ନିର୍ଦ୍ଦୋଶୀଙ୍କୁ ହନ୍ତସନ୍ତ କରାଯିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.