ଆଦିତ୍ୟ ଦାସ ମୃତ୍ୟ ଘଟଣା : ୨୮ଜଣଙ୍କ ବୟାନ ରେକର୍ଡ କଲା ଜିଆର୍‌ପି, ସିସିଟିଭିରୁ ମିଳୁଛି ତଥ୍ୟ..

Published By : Prameya-News7 Bureau | July 14, 2020 IST

ଭୁବନେଶ୍ୱର ୧୪।୦୭: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ୬ ଦିନରୁ ଅଧିକ ସମୟ ବିତିଗଲାଣି । ଏବେବି ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି । ତେବେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଗତକାଲି ଖୋର୍ଦ୍ଧା ରେଳ ଡିଭିଜନ ଜିଆର୍‌ପି ପୋଲିସକୁ ଦୁର୍ଘଟଣା ଦିନର  ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ ଦେଇ ଯାଇଥିବା ଟ୍ରେନର ତାଲିକା ଦେଇଥିଲା । ତେବେ ଆଜି ଘଟଣାରେ  ଜିଆର୍‌ପି ୨୮ଜଣଙ୍କର ବୟାନ ରେକର୍ଡ କରିଛି । ଆଦିତ୍ୟଙ୍କ ମୁଖ୍ୟ ସହଯୋଗୀ ପପୁ, ବିକାଶର ବି ବୟାନ ରେକର୍ଡ ହୋଇଛି ।

ସେହିପରି ଗତ ୬ ତାରିଖ ସନ୍ଧ୍ୟା ୭ଟା ସମୟରୁ ଘରୁ ବାହାରିଥିଲେ ଆଦିତ୍ୟ । ଘରଠାରୁ ଷ୍ଟେସନ ପର୍ଯ୍ୟନ୍ତ ସିସିଟିଭିରେ ଜବତ ହୋଇଛି । ଆଦିତ୍ୟ ଏକୁଟିଆ ଯାଉଥିବା ଦେଖିବାକୁ ମିଳିଛି । ପୁରୁଷୋତ୍ତମ ଏକ୍ସପ୍ରେସ ଦୁର୍ଘଟଣାରେ ଆଦିତ୍ୟର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାତି ୮ରୁ ୯ ଟା ୩୦ ମିନିଟ୍‌ ମଧ୍ୟରେ ଏହି ଦୁର୍ଘଟଣା ହୋଇଛି । ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା  ଲିଙ୍ଗରାଜ ରେଳ ଷ୍ଟେସନ ପାଖରରୁ , ସେହିଦିନର ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ ଦେଇ ଯାଇଥିବା ଟ୍ରେନର ତାଲିକା ଜିଆର୍‌ପି ପୋଲିସକୁ ଦିଆଯାଇଥିଲା । ଖୋର୍ଦ୍ଧା ରେଳ ଡିଭିଜନ ଜିଆରପିକୁ ଟ୍ରେନ ଯାତାୟତର ତାଲିକା ପ୍ରଦାନ କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.