ଝିଅକୁ ବନ୍ଧୁମାନଙ୍କ ସହ ଦୁଷ୍କର୍ମ କଲେ, ପାଟି ଖୋଲିବାରୁ ମାଆକୁ ଚାକିରିରୁ ବିଦା କରିଦେଲେ : ଟିଭି ଚ୍ୟାନେଲ୍‌ କର୍ମଚାରୀ-ପୋଲିସ-ସିକ୍ୟୁରିଟି ଗାର୍ଡଙ୍କ ଜଘନ୍ୟ କାଣ୍ଡ

Published By : Prameya-News7 Bureau | September 06, 2020 IST

ଭୁବନେଶ୍ୱର ୦୬।୦୯: କରୋନା ମହାମାରୀ ପାଇଁ ଚାରିଆଡେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ ହୋଇଥିଲା । କିନ୍ତୁ ଏହି ସମୟରେ ଭୁବନେଶ୍ୱରରେ ଘଟିଛି ଏକ ଅମାନବୀୟ ଘଟଣା । ଜଣେ ନାବାଳିକାକୁ ପୋଲିସ-ଗଣାମଧ୍ୟମ କର୍ମଚାରୀ-ସିକ୍ୟୁରିଟି ଗାର୍ଡ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ତାହା ପୁଣି ବନ୍ଧୁକ ମୁନରେ ବୋଲି ଅଭିଯୋଗ ହୋଇଛି । ଯଦି ସମାଜରେ ରକ୍ଷକ ସାଜିବ ଭକ୍ଷକ , ତେବେ ସାଧାରଣଲୋକେ ନ୍ୟାୟ ପାଇଁ କାହା ପାଖକୁ ଯିବ । ଏହା ଆଜିର ସମାଜରେ ଏକ ବଡ ପ୍ରଶ୍ନବାଚୀ ।

ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ଘଟିଛି ଲୋମହର୍ଷଣକାରୀ ଘଟଣା। ୧୩ ବର୍ଷର ନାବାଳିକାରୁ ବନ୍ଧୁକ ଦେଖାଇ ବାରମ୍ବାର ଗଣଦୁଷ୍କର୍ମ କରୁଥିଲେ ପୁଲିସ୍‌ ଓ ଟିଭି ଚ୍ୟାନେଲ୍‌ କର୍ମଚାରୀ। ସେମାନଙ୍କ କବଳରୁ କୌଣସି ମତେ ମୁକୁଳି ଏବେ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମା’ । ଘଟଣାକୁ କମିଶନରେଟ୍‌ ପୁଲିସ୍‌ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଚାଲିଛି ।

ପୁଲିସ୍‌ ସୂଚନା ମୁତାବକ, ଇନ୍‌ଫୋସିଟି ଥାନା ଅଞ୍ଚଳରେ କେନ୍ଦ୍ରାପଡ଼ାର ୧୩ ବର୍ଷର ନାବାଳିକା ପରିବାର ସହ ରହୁଛନ୍ତି। ତାଙ୍କ ଘରଠାରୁ କିଛି ଦୂରରେ ରହିଛି ଏକ ପ୍ରମୁଖ ଟିଭି ଚ୍ୟାନେଲ୍‌ର‌ ଅଫିସ୍‌। ନାବାଳିକାଙ୍କ ମା’ ସେହି ସଂସ୍ଥାରେ କାମ କରୁଥିଲେ। ସକାଳୁ ଅଫିସ୍‌ ଯାଇ ସନ୍ଧ୍ୟାରେ ଫେରନ୍ତି। ଉକ୍ତ ଟିଭି ଚ୍ୟାନେଲ୍‌ର ୨ ଜଣ ସୁରକ୍ଷା କର୍ମୀ ସବୁଦିନ ନଜର ରଖନ୍ତି ନାବାଳିକାଙ୍କ ମା’ ଉପରେ। ସେ ଅଫିସ୍‌ ଗଲା ପରେ ତାଙ୍କ ଘରକୁ ଯାଇ ନାବାଳିକା ଝିଅକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରନ୍ତି। ସୁରକ୍ଷାକର୍ମୀଙ୍କର ଏଭଳି କାଣ୍ଡ ଦେଖିଥିଲେ ଟିଭି ଚ୍ୟାନେଲର ଅନ୍ୟ ୨ ଜଣ କର୍ମଚାରୀ ।

ସେମାନେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଅସହାୟ ହୋଇ ମା’କୁ କହିଦେବ ବୋଲି ଧମକ ଦେଇଥିଲା। ଏହା ଶୁଣି ଟିଭି ଚ୍ୟାନେଲର ୨ ଜଣ କର୍ମଚାରୀ ନାବାଳିକାଙ୍କୁ ପୁଲିସର ଭୟ ଦେଖାଇଥିଲେ। କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଆଉ ସତକୁ ସତ ସେ କର୍ମଚାରୀ ତା’ ପୁଲିସ୍‌ ସାଙ୍ଗକୁ ଫୋନ୍‌ କରି ଡାକିଥିଲା । ପରେ ପୁଲିସ୍‌ ଓ ତା’ ୨ ଜଣ ସାଙ୍ଗ ଆସି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ୭ ଜଣ ମିଶି ଏମିତି ତିନି ମାସ ଧରି ଦୁଷ୍କର୍ମ କରି ଚାଲିଥିଲେ ।

ଶେଷରେ ବାଧ୍ୟ ହୋଇ ନାବାଳିକ ଜଣଙ୍କ ଘଟଣା ସଂପର୍କରେ ମା’ଙ୍କୁ ଜଣାଇଥିଲେ । ପରେ ଭୟରେ ଝିଅକୁ ଧରି ମା’ କେନ୍ଦ୍ରାପଡ଼ା ଘରକୁ ପଳାଇଥିଲେ। ସେଠାରେ ଘଟଣା ବିଷୟରେ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ ମହିଳାଙ୍କୁ ସାହାସ ଦେବାରୁ ସେ ଅଗଷ୍ଟ ୩୦ରେ ମହିଳା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ମହିଳା ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି, ଗଣଦୁଷ୍କର୍ମ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି ଓ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି । ଘଟଣାରେ ଜଣେ ପୁଲିସ କର୍ମୀ ଓ ତାଙ୍କର ୨ ଜଣ ସହଯୋଗୀ, ୨ ଜଣ ସୁରକ୍ଷାକର୍ମୀ ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି। ତଦନ୍ତ ସମୟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସେ ନିଜ ବୟାନରେ ଏମାନଙ୍କର ସଂପୃକ୍ତି ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

wp:heading

ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌

/wp:heading

ଡିସିପି ଶ୍ରୀ ଦାଶଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଢ଼ାଯାଇଛି। ଜୋନ୍‌-୧ ଏସିପି ମାନସ ଗଡନାୟକ ଏହାକୁ ଲିଡ୍‌ କରୁଛନ୍ତି। ମହିଳା ଥାନା ଅଧିକାରୀ ବନିତା ମହାରଣା ଓ ଆଇୟୁସିଏଡବ୍ଲ୍ୟୁର ଇନ୍ସପେକ୍ଟର ସୁଜାତା ଆଇକା ମଧ୍ୟ ଏହି ଟିମ୍‌ରେ ଅଛନ୍ତି । ଗତକାଲି ଥାନାରେ ୧୬୧ ଧାରାରେ ନାବାଳିକା ପୀଡି଼ତାଙ୍କ ବୟାନ ରେକର୍ଡ଼ ହୋଇଥିଲା। ତଦନ୍ତକାରୀ ଟିମ୍‌ ମାମଲାରେ ସମ୍ପୃକ୍ତ ଥିବା ଗଣମାଧ୍ୟମ କର୍ମଚାରୀଙ୍କ ସଂସ୍ଥାକୁ ଯାଇଥିଲା । ପରେ ପୀଡିତାଙ୍କ ପରିବାରକୁ ମଧ୍ୟ ଭେଟି ଫେରିଛି।

wp:heading

କେନ୍ଦ୍ରାପଡା କାହିଁକି ପଳାଇଲେ ପୀଡିତା?

/wp:heading

ଘଟଣା ସମ୍ପର୍କରେ ମହିଳା ଜଣଙ୍କ ସଂସ୍ଥାର କିଛି ବରିଷ୍ଠ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଏହାପରେ ପୀଡିତା ଓ ତାଙ୍କ ମା’ ଭୁବନେଶ୍ୱର ଛାଡି କେନ୍ଦ୍ରାପଡାସ୍ଥିତ ଗାଁକୁ ପଳାଇଥିଲେ। ସେଠାରେ ପ୍ରାୟ ୩ ମାସ ଧରି ରହିଥିଲେ। ତେବେ କେଉଁ କାରଣ ଯୋଗୁଁ ସେ ଗାଁକୁ ପଳାଇଥିଲେ, ତାହା ଏବେ ତଦନ୍ତକାରୀ ଟିମ୍‌ ପାଇଁ ପ୍ରଶ୍ନବାଚୀ। ଏହା ପଛର କାରଣ ଜାଣିବାକୁ ଟିମ୍‌ ସଂସ୍ଥାକୁ ଯାଇଥିଲା। ସେଠାରେ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଥିଲା। ଏଥିରୁ ଟିମ୍‌ ଜାଣିବାକୁ ପାଇଛି, ନାବାଳିକା ଝିଅକୁ ନେଇ ମା’ଙ୍କ ଏଭଳି ଅଭିଯୋଗ ପରେ ସଂସ୍ଥା କର୍ତ୍ତୃପକ୍ଷ ହଡବଡେଇ ଯାଇଥିଲେ । ସଂସ୍ଥା ବଦନାମ ହେବା ଆଶଙ୍କାରେ ନାବାଳିକାଙ୍କ ମା’ଙ୍କ ଉପରେ ରାତିଅଧିଆ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତାଙ୍କୁ ଅଫିସରୁ ତଡି ଦିଆଯାଇଥିଲା। ଏତିକିରେ ସଂସ୍ଥାର କାରମାନା ସରିନଥିଲା । କାଳେ ପୀଡିତାଙ୍କ ମା’ ଘଟଣା ସମ୍ପର୍କରେ ଚାରିଆଡେ ପ୍ରଘଟ କରିବେ। ଏଥିପାଇଁ ଜୁନ୍‌ ମାସରେ ଇନ୍‌ଫୋସିଟି ଥାନାରେ ସଂସ୍ଥା ପକ୍ଷରୁ ମହିଳାଙ୍କ ବିରୋଧରେ ଏକ ଅଭିଯୋଗ ଦିଆଯାଇଥିଲା।

wp:heading

ପୁଲିସର ବାଟ ଓଗାଳିଲେ ସିକ୍ୟୁରିଟି ଗାର୍ଡ

/wp:heading

ସଂସ୍ଥା ଭିତରକୁ ପୁଲିସ ଭ୍ୟାନ୍‌ ପ୍ରବେଶ ବେଳେ ସଂସ୍ଥାର ସିକ୍ୟୁରିଟି ଗାର୍ଡ ପୁଲିସର ବାଟ ଓଗାଳିଥିଲା । ପୁଲିସ ଅଧିକାରୀ ତଦନ୍ତ ପାଇଁ ଆସିଥିବା କହିବା ସତ୍ତ୍ୱେ ତାଙ୍କୁ ବାଟ ଛାଡିନଥିଲା । ଶେଷରେ ନିରାଶ ହୋଇ ପୁଲିସ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କୁ ଫୋନ୍‌ କରିଥିଲା। ଉପରୁ ନିର୍ଦ୍ଦେଶ ପାଇବା ପରେ ସିକ୍ୟୁରିଟି ଗାର୍ଡ ଫାଟକ ଖୋଲିଥିଲା।

wp:heading

କୁଆଡେ ଗଲେ ସମ୍ପୃକ୍ତ ପୁଲିସ

/wp:heading

କୁଆଡେ ଗଲେ ମାମଲାରେ ଅନ୍ୟ ସମ୍ପୃକ୍ତ ପୁଲିସ କର୍ମଚାରୀ । ଘଟଣା ପ୍ରଘଟ ହେବା ପରେ ସେ କେଉଁଆଡେ ଫେରାର୍‌ ହୋଇଯାଇଥିବା ସୂଚନା ମିଳିଛି । ଲକ୍‌ଡାଉନ୍‌ ଡ୍ୟୁଟି ସରିବା ପରେ ଆଉ କର୍ମକ୍ଷେତ୍ରକୁ ଫେରିନାହାନ୍ତି। ଏବେ ପୁଲିସ୍‌ ଟିମ୍‌ ସମ୍ପୃକ୍ତ ପୁଲିସଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.