Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ, ଦୁଷ୍କର୍ମ ଉଦ୍ୟମ ଏବଂ ମରଣାନ୍ତକ ଆକ୍ରମଣ କରି ଧାମନଗର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଅଭିଯୁକ୍ତଙ୍କ ତଲାସି ଆରମ୍ଭ କଲା ପୋଲିସ

4/11/2019 at 2:10 PM

ଧାମନଗର୪|୧୧: ନଦୀ ପଠାରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ୯ମ ଶ୍ରେଣୀ ଛାତ୍ରୀଙ୍କ ମୃତ ଘଟଣାରେ ପୋଲିସ  ତଦନ୍ତ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଆଞ୍ଚଳରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଙ୍ଗଳପୁର ଥାନା ଅଧ୍ହିକାରୀଙ୍କ ସହ ପାଞ୍ଚ ଜଣିଆ ପୋଲିସ ଟିମ ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ମଙ୍ଗଳପୁର ଥାନା ଅନ୍ତର୍ଗତ ଅହିୟାସ ଗ୍ରାମର ମୀର ସରଫତ ଅଲ୍ଲୀଙ୍କ ଝିଅ ତବସୁନ ଖାତୁନଙ୍କୁ ଗତ ଶନିବାର ସଂଧ୍ୟାରେ ମୁମୁର୍ଷୁ ଅବସ୍ଥାରେ ଧାମନଗର କୋଚିଳା ନଦୀ ପଠାରୁ ଉଦ୍ଧାର କରିଛୁ କହି ତିନିଜଣ ଯୁବକ ତାଙ୍କୁ ଧାମନଗର ଥାନାରେ ଭର୍ତ୍ତି କରିଥିଲେ ।   ତେବେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ଯୁବକମାନେ ପରେ ପରେ ଫେରାର ହୋଇଯାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ନାବାଳିକାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ନବାଳିକାଙ୍କ ବାପା ମଧ୍ୟ ପହଞ୍ଚିଥିଲେ । ଡାକ୍ତର ନାବାଳିକା ଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ  । ଗତକାଲି ସକାଳେ ତବସୁନ ଖାତୁନଙ୍କ ର ମୃତ୍ୟୁ ହୋଇଥିଲା ।

ତେବେ ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଧାମନଗର ଥାନାରେ ଯେଉଁ ଯୁବକମାନେ ତବସୁନ ଖାତୁନଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ ସେମାନେ ହିଁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ତବସୁନଙ୍କ ପିତା ମୀର ସରଫତ ଅଭିଯୋଗ କରିଛନ୍ତି । ଦଶରଥପୁର ଅହିୟସ ଗାଁରୁ ଶନିବାର ସାଢେ ଚାରିଟାବେଳେ ତିନିଜଣ ଯୁବକ ଣଟରସାଇକଲ ଯୋଗେ ଅପହରଣ କରିନେଇଥିଲେ । ଅପହରଣକାରୀ ଯୁବକମାନେ ହେଲେ ଧାମନଗରର ସେକବିଦେଶଙ୍କ ପୁଅ ସେକ୍‌ ନନ, ସେକ୍‌ ମଦୋଙ୍କ ପୁଅ ସେକ୍‌ ମିନି ଓ ସେମାନଙ୍କର ଆଉଜଣେ ସାଥୀ ।

ଅପହରଣ କରିନେବାପରେ ତବସୁନଙ୍କୁ ଏକ ନିଛାଟିଆ ଯାଗାରେ ଦୁଷ୍କର୍ମ ଉଦ୍ମ ହୋଇଥିଲା ବୋଲି ମଧ୍ୟ ତବସୁନଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ତବସୁମ ଏହାର ପ୍ରତିବାଦ କରିବାରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ଅପହରଣକାରୀ । ଶେଷରେ ମୁମୁର୍ଷୁ ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ ବୋଲି ତବସୁନଙ୍କ ବାପା କହିଛନ୍ତି । ଫେରାର ହୋଇଯାଇଥିବା ଅପହରଣକାରୀ ଅଭିଯୁକ୍ତ ସେକ୍‌ ନନ ନାଁରେ ବିଭିନ୍ନଥାନାରେ ଅପରାଧିକ ମାମଲା ରହିଥିବା ତଦନ୍ତକାରୀ ପୋଲିସ ଜାଣିବାକୁ ପାଇଛି ।

   Related Posts