ଶିକ୍ଷୟତ୍ରୀଙ୍କ ମର୍ଡର ପଛରେ ପ୍ରେମ ! ହତ୍ୟା ଘଟଣାରେ ୨ଅଟକ

Published By : Prameya-News7 Bureau | July 07, 2020 IST

ଯାଜପୁର ୦୭।୦୭:  ଯାଜପୁର ଜିଲ୍ଲା ଧର୍ମଶାଳା ସାରଙ୍ଗତୀରଣ ଗାଁରେ ଶିକ୍ଷୟତ୍ରୀଙ୍କୁ ହତ୍ୟା ଘଟଣାରେ ୨ ଅଟକ । ସାଲେପୁର ଗାଁର ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ପ୍ରାଥମିକ ତଦନ୍ତରୁ ଝିଅର ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ସ୍ବାମୀ ନିତ୍ୟାନନ୍ଦ ଓ ଝିଅ ଶୁଭଶ୍ରୀଙ୍କୁ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ତେବେ ନିତ୍ୟାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ତାଙ୍କ ଘର ଅଗଣାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷୟିତ୍ରୀଙ୍କ ମୃତଦେହ ପଡ଼ିଥିବା ଥିବା ବେଳେ ତାଙ୍କ ସ୍ବାମୀ ଏବଂ ୧୩ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଏବେ ଉଭୟ ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.