ଲକ୍‌ଡାଉନ୍ ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଅଭିଯୋଗର ୯ଦିନ ପରେ ବି ପୋଲିସର ହାତ ଖାଲି

Published By : Prameya-News7 Bureau | September 09, 2020 IST

ଭୁବନେଶ୍ୱର ୦୯।୦୯: ଲକଡାଉନ୍ ବେଳେ ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ।  ଅଭିଯୋଗର ୯ ଦିନ ପରେ ବି ପୋଲିସ ହାତ ଖାଲି । ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଅଭିଯୁକ୍ତଙ୍କ ମଧ୍ୟରୁ କୌଣସି ଜଣକୁ ବି ଏପର୍ଯ୍ୟନ୍ତ ଗିରଫ କରିବାକୁ ସକ୍ଷମ ହୋଇପାରିନି କମିଶନରେଟ୍ ପୋଲିସ୍ ।

ସେପଟେ ଅଭିଯୁକ୍ତଙ୍କ ନାଁ ଗାଁ ଠିକଣା ସବୁ କିଛି ପାଇ ସାରିଛି ପୋଲିସ । ହେଲେ ଜଣେ ବି ଅଭିଯୁକ୍ତ କମିଶନରେଟ୍ ପୋଲିସ ପଞ୍ଝାକୁ ଆସିପାରି ନାହାନ୍ତି । ଯାହାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଫେରାଦ୍ ହୋଇଛନ୍ତି ପୀଡ଼ିତାଙ୍କ ଓକିଲ । ଏଭଳି ସ୍ଥିତିରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତାଙ୍କ ଓକିଲ ।

ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସଂପୃକ୍ତ ଥିବାରୁ ମାମଲାକୁ ଚାପି ଦେବାକୁ କମିଶନରେଟ୍ ପୋଲିସ ଉଦ୍ୟମ କରୁଛି ବୋଲି ଆରୋପ ଲଗାଇଛନ୍ତି । ଏମିତିକି ପୀଡ଼ିତାଙ୍କ ମାଆ ଯେଉଁ ଗଣମାଧ୍ୟମ ସଂସ୍ଥାରେ ଚାକିରି କରୁଥିଲେ ସେଇ ଗଣମାଧ୍ୟମ ସଂସ୍ଥାର ୨ଜଣ କର୍ମଚାରୀ ମଧ୍ୟ ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.